ୱାସିଂଟନ: ଆମେରିକାର ଉପ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା କମଳା ହାରିସଙ୍କ ଯୋଗ୍ୟତା ପ୍ରସଙ୍ଗରୁ ଟ୍ରମ୍ପ୍ ଓହରି ଯାଇଛନ୍ତି। ଏହା ଆଉ ଏକ ପ୍ରସଙ୍ଗ ନୁହେଁ ବୋଲି ଟ୍ରମ୍ପ୍ଙ୍କ ନିର୍ବାଚନ ପ୍ରଚାର ପରାମର୍ଶଦାତା ଷ୍ଟିଭ କୋର୍ଟେସ୍ କହିଛନ୍ତି। ସୂଚନାଯୋଗ୍ୟ, କମଳା ହାରିସଙ୍କ ଉପ ରାଷ୍ଟ୍ରପତି ପାଇଁ ଯୋଗ୍ୟତା ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଦୁଇଥର କହିଥିଲେ। ତାଙ୍କର ପିତାମାତା ଆମେରିକାର ନାଗରିକ ନୁହଁନ୍ତି। କିନ୍ତୁ କମଳା ହାରିସ କାଲିଫର୍ନିଆର ଓକ୍ଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ଏଣୁ କମଳା ଆମେରିକାର ନାଗରିକ ନୁହଁନ୍ତି ବୋଲି ଟ୍ରମ୍ପ୍ ପ୍ରଶ୍ନ ଉଠାଇବା ସହ ସେ ଆମେରିକାର ଉପ ରାଷ୍ଟ୍ରପତି ପାଇଁ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି କହିଥିଲେ। ମାତ୍ର ଟ୍ରମ୍ପ୍ଙ୍କ ମୁଖ୍ୟ ନିର୍ବାଚନ ପ୍ରଚାର ପରାମର୍ଶଦାତା ଷ୍ଟିଭ କୋର୍ଟେସ କମଳାଙ୍କ ନାଗରିକତା ଓ ଉପ ରାଷ୍ଟ୍ରପତି ପାଇଁ ଯୋଗ୍ୟତା ପ୍ରସଙ୍ଗରୁ ଓହରି ଯାଇଛନ୍ତି।
କମଳା ହାରିସଙ୍କ ଉପ ରାଷ୍ଟ୍ରପତି ପାଇଁ ଯୋଗ୍ୟତା ଆଉ ପ୍ରସଙ୍ଗ ନୁହେଁ: ଟ୍ରମ୍ପ୍ଙ୍କ ନିର୍ବାଚନ ପ୍ରଚାର ପରାମର୍ଶଦାତା
/sambad/media/post_attachments/wp-content/uploads/2020/08/kamala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)