କମଳା ହାରିସଙ୍କ ସ୍ବାମୀ ଓ ଜିଲ୍‌ ବାଇଡେନଙ୍କ ଚୁମ୍ବନ ଭିଡିଓ ଭାଇରାଲ

ୱାସିଂଟନ: ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କ ସ୍ବାମୀ ଡୋଗ୍ ଏମ୍‌ହଫଙ୍କ ଅନ୍ତରଙ୍ଗ ଚୁମ୍ବନ ଫଟୋ ଓ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଏହାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବିତୀୟ ଷ୍ଟେଟ୍ ଅଫ୍ ଦ ୟୁନିୟନ ଭାଷଣ ସମୟରେ ଏହି ଚୁମ୍ବନ-ଲୀଳା ଦେଖିବାକୁ ମିଳିଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜିଲ ବାଇଡେନ ଏମ୍‌ହଫଙ୍କୁ ଓଠରେ ଚୁମ୍ବନ ମାଧ୍ୟମରେ ସ୍ବାଗତ କରିବା ସହ ଆଲିଙ୍ଗନ କରିବାକୁ ଉଦ୍ୟତ ହେଉଛନ୍ତି।

ଦୁହିଙ୍କ ଅନ୍ତରଙ୍ଗ ହେବାର ଫଟୋ ଓ ରିପୋର୍ଟ ନ୍ୟୁୟର୍କ ପୋଷ୍ଟରେ ମଧ୍ୟ ପ୍ରକାଶ ପାଇଛି, ଯାହାର ଏକ ରସାଳ ଶୀର୍ଷକ ଦିଆଯାଇଛି ‘ସ୍ମୁଚ୍ ଅଫ୍ ଦ ୟୁନିୟନ’। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପୂର୍ବତନ ଉପଦେଷ୍ଟା କେଲ୍ୟାନ କନୱେ ଫଟୋଟିକୁ ଟ୍ବିଟ୍ କରି ଲେଖିଛନ୍ତି, ‘ୱାଓ କୋଭିଡ୍ ଇଜ୍ ରିୟଲି ଓଭର’ (ବାଃ! କୋଭିଡ୍ ସତରେ ଚାଲିଯାଇଛି)। ଏହାକୁ ନେଇ ନେଟିଜେନ (ନେଟ୍ ବ୍ୟବହାରକାରୀ)ମାନେ ନାନା ପ୍ରକାର ରୋଚକ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର