କମଳା ମିଲ୍‌ସ୍‌ ଅଗ୍ନିକାଣ୍ଡ: ତୃତୀୟ ଅଂଶୀଦାର ଗିରଫ

ନୂଆଦିଲ୍ଲୀ: ଗୁରୁବାର ସକାଳେ ମୁମ୍ବାଇ ପୁଲିସ ‘ଓ୍ଵାନ୍‌ଏବୋଭ୍‌’ ରେଷ୍ଟୋବାର୍‌ର ତୃତୀୟ ଅଂଶୀଦାର ଅଭିଜିତ ମଙ୍କଡ଼ଙ୍କୁ ଗିରଫ କରିଛି। ଗତ ରାତିରେ ଅନ୍ୟ ଦୁଇ ଅଂଶୀଦାର କୃପେଶ ସାଙ୍ଗ୍‌ଓ୍ଵି ଏବଂ ତାଙ୍କ ଭାଇ ଜିଗରଙ୍କୁ ପୁଲିସ ବାନ୍ଦ୍ରାରୁ ଗିରଫ କରିଥିଲା।

ଆଜି ଅପରାହ୍ଣ ସାଢ଼େ ବାରଟାବେଳେ ତିନି ଜଣଙ୍କୁ ଅଦାଲତରେ ହାଜର କରାଯିବ।

ତୃତୀୟ ଅଂଶୀଦାର ଅଭିଜିତ ମଙ୍କଡ଼ ଡିସେମ୍ବର ୨୯ ତାରିଖରୁ ଫେରାର ହୋଇ ଯାଇଥିଲେ। କମଳା ମିଲ୍‌ସ୍‌ ଅନ୍ତର୍ଗତ ସେମାନଙ୍କ ‘ଓ୍ଵାନ୍‌ଏବୋଭ୍‌’ ରେସ୍ତୋରାଁରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ଲୋକ ମୃତ୍ୟୁ ବରଣ କରିବା ପରେ ପୁଲିସ ସେମାନଙ୍କ ବିରୋଧରେ କଲ୍‌ପାବଲ୍‌ ହୋମିସାଇଡ୍‌ ଚାର୍ଜ କରିଥିଲା।

ସମ୍ବନ୍ଧିତ ଖବର