କୁକୁରଙ୍କୁ ଟ୍ରାନ୍ସଫର କରି ଅଡୁଆରେ କଂଗ୍ରେସ ସରକାର

ଭୋପାଳ: ମଧ୍ୟପ୍ରଦେଶରେ ଥିବା କଂଗ୍ରେସ ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି ଯାହାକୁ ନେଇ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି | ପୁଲିସକୁ ସହଯୋଗରେ ସାହାଯ୍ୟ କରିବାକୁ ମୁତୟନ ହୋଇଥିବା ସନ୍ଧାନୀ କୁକୁର ଓ ଏହାର ଅଧିକାରୀଙ୍କୁ ବଦଳି କରାଯାଇଥିବାରୁ ଏହାକୁ ନେଇ ବିଜେପି କଂଗ୍ରେସ ସରକାରକୁ ସମାଲୋଚନା କରିଛି | ଶୁକ୍ରବାର ଦିନ ମଧ୍ୟପ୍ରଦେଶ ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ ୪୬ଟି ସନ୍ଧାନୀ କୁକୁର ଓ ଏମାନଙ୍କ ପାଇଁ ନିଯୁକ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି |

photo-jansatta

ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କର ୩ଟି ବାସଭବନରେ ଥିବା କୁକୁରଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇନାହିଁ | ଏଭଳି ଏକ ନିର୍ଦ୍ଦେଶନାମା ଆସିବା ପରେ ବିଜେପି ପକ୍ଷରୁ କମଲନାଥ ସରକାରଙ୍କୁ କଡା ସମାଲୋଚନା କରାଯାଇଛି | ମଧ୍ୟପ୍ରଦେଶର ଭାଜପା ଅଧ୍ୟକ୍ଷ ରାକେଶ ସିଂ କହିଛନ୍ତି ଯେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ବଦଳି କରାଯିବା ଘଟଣା ସାମାନ୍ୟ ହୋଇପାରେ |

କିନ୍ତୁ କୁକୁରଙ୍କର ବଦଳି କରାଯିବା ଘଟଣା ବୁଝାପଡୁନାହିଁ | ଡଗସ୍କ୍ୱାର୍ଡ଼ର କୁକୁରମାନଙ୍କୁ ବଦଳି କରାଯିବା ପଛରେ କାରଣ କଣ ତାହା ଅସ୍ପଷ୍ଟ ବୋଲି ବିଜେପି କହିଛି | କେବଳ ବଦଳି ଛଡା ରାଜ୍ୟର ବିକାଶ ବାବଦରେ ସରକାର ଚିନ୍ତା କଲେ ତାହା ଭଲ ହୁଅନ୍ତା ବୋଲି ଟ୍ୱିଟରରେ ମଧ୍ୟ ମତ ପ୍ରକାଶ ପାଇଛି |

ସମ୍ବନ୍ଧିତ ଖବର