ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳନାଥ ଛିନ୍ଦୱାଡ଼ା ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନକୁଳନାଥ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧.୭୭ କୋଟି ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୧୮.୨୩ କୋଟି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କମଳନାଥ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ସୟମରେ ଘୋଷଣା କରିଥିଲେ ଯେ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୮୯.୩୬ କୋଟି ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭.୫ କୋଟି।
କମଳନାଥ ପୁଅଙ୍କ ସମ୍ପତ୍ତି ମୂଲ୍ୟ ୭୮୦ କୋଟି ଟଙ୍କାରୁ ଅଧିକ
/sambad/media/post_attachments/wp-content/uploads/2019/04/nakul-nath.jpg)