ଚେନ୍ନାଇ: ତାମିଲନାଡ଼ୁରେ କାବେରୀ ଜଳ ବିବାଦ ଉଗ୍ରରୂପ ଧାରଣ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଜି ଚେନ୍ନାଇରେ ଏ ସଂକ୍ରାନ୍ତ ବିରୋଧ ପ୍ରଦର୍ଶନ ବେଳେ ନୂଆ କରି ରାଜନୀତିରେ ଯୋଗ ଦେଇଥିବା ବରିଷ୍ଠ ଅଭିନେତା କମଲ ହାସନ ଓ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସଭାରେ ତାମିଲ ଅଭିନେତା ଧନୁଷ ମଧ୍ୟ ଉପସ୍ଥିତ ଥିଲେ। କାବେରୀ ଉନ୍ନୟନ ବୋର୍ଡ ଗଠନରେ କେନ୍ଦ୍ର ସରକାର ବିଫଳ ହୋଇଥିବା ପ୍ରତିବାଦରେ ତାମିଲନାଡ଼ୁରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ରର ଏନ୍ଡିଏ ସରକାର ତାମିଲନାଡ଼ୁକୁ ଅଣଦେଖା କରୁଥିବା ପ୍ରସଙ୍ଗରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେଉଥିବା ଦେଖିବାକୁ ମିଳୁଛି। ଏହି ଧାରା ବଜାୟ ରହିଲେ ୨୦୧୯ ନିର୍ବାଚନ ପାଇଁ ବିଜେପିର ରଣନୀତି ସଂପୂର୍ଣ୍ଣ ଫସର ଫାଟିବ ବୋଲି କୁହାଯାଉଛି। ପ୍ରଥମେ ଚେନ୍ନାଇରେ ହେବାକୁ ଥିବା ଆଇପିଏଲ ମ୍ୟାଚ୍କୁ ବାତିଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରିିବା ସତ୍ତ୍ୱେ ଏହି ଦାବିକୁ ଗ୍ରହଣ କରାଯାଇ ନାହିଁ। ମ୍ୟାଚ୍ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ କଳାବ୍ୟାଜ୍ ପରିଧାନ କରୁ ବୋଲି ରଜନୀକାନ୍ତ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅନୁରୋଧ କରିଛନ୍ତି।
କାବେରୀ ବିବାଦ: ଗୋଟିଏ ମଞ୍ଚରେ କମଲ-ରଜନୀ
/sambad/media/post_attachments/wp-content/uploads/2018/04/chenai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)