କମ୍‌ଲେଶ ତିଓ୍ଵାରୀଙ୍କ ପତ୍ନୀଙ୍କ ଦାବି : ମୁଖ୍ୟମନ୍ତ୍ରୀ ଯୋଗୀ ଆମର ସମସ୍ତ ଦାବି ପୂରା ନ କରିବା ପର୍ଯ୍ୟନ୍ତ ଅନ୍ତିମସଂସ୍କାର ହେବ ନାହିଁ

ଲକ୍ଷ୍ନୌ : ଗତକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମ୍‌ଲେଶ ତିଓ୍ଵାରୀଙ୍କୁ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶନିବାର ସକାଳ ସମୟରେ ତାଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ତାଙ୍କ ପତ୍ନୀ ଅନ୍ତିମସଂସ୍କାର କରିବାକୁ ମନା କରିଥିଲେ ବୋଲି ଜଣା ପଡ଼ିଛି । ଯେ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମକୁ ଦେଖା କରି ନାହାନ୍ତି ସେ ପର୍ଯ୍ୟନ୍ତ ଅନ୍ତିମସଂସ୍କାର ହେବ ନାହିଁ ବୋଲି ତାଙ୍କ ପତ୍ନୀ ଜିଦ୍‌ ଧରି ବସିଥିଲେ । ଏହା ସହ ସେ ନିଜ ପରିିବାରର ଦୁଇ ଜଣଙ୍କୁ ଚାକିରି ଦିଆଯାଉ ବୋଲି ମଧ୍ୟ ଦାବି କରିଥିଲେ । ଯଦି ତାଙ୍କର ଦାବି ପୂରଣ ନ ହୁଏ, ତେବେ ସେ ଆତ୍ମଦାହ କରିବାର ଧମକ ଦେଇଥିଲେ ବୋଲି ସୂଚନା ମିଳିଛି । ଏତେ ସବୁ ପରେ ମଧ୍ୟ କମଲେଶଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ ସୀତାପୁରର ମହମୁଦାବାଦ୍‌ରେ ପହଞ୍ଚିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଗତକାଲି କମଲେଶଙ୍କୁ ତାଙ୍କ ଘରେ କିଛି ଦୁର୍ବୃତ୍ତ ଆସି ଆକ୍ରମଣ କରିବା ସହ ତାଙ୍କର ଗଳା କାଟି ହତ୍ୟା କରିଥିଲେ । ତାଙ୍କ ପତ୍ନୀ ଏ ନେଇ ଦୁଇ ମୌଲବୀଙ୍କ ଉପରେ ଅଭିଯୋଗ ଆଣିଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନଥିବା ଜଣା ପଡ଼ିଛି ।

Image result for /kamlesh-tiwari-murder
DNA India

କମ୍‌ଲେଶଙ୍କ ପତ୍ନୀ କରିଥିବା ଅଭିଯୋଗ ମୁତାବକ, ଶୁକ୍ରବାର ୧୨ଟା ୩୦ମିନିଟ୍‌ରେ ଆମ ଘର ଉପର ମହାଲାରେ ମୋ ସ୍ୱାମୀ ତାଙ୍କ ଅଫିସରେ ବସିଥିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ଭେଟିବାକୁ ଆସିଥିଲେ । ପ୍ରାୟ ୪-୫ମିନିଟ୍‌ ପର୍ଯ୍ୟନ୍ତ ପାଟି ଶୁଣା ନ ଯିବାରୁ ମୁଁ ତାଙ୍କ ଅଫିସ ଭିତରକୁ ଯିବା ପରେ ମୋ ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି । ୨୦୧୬ରେ ଦୁଇଜଣ ମୌଲବୀ ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୧.୫କୋଟି ଟଙ୍କା ଘୋଷଣା କରିଥିଲେ । ସେମାନେ ହିଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।

ସମ୍ବନ୍ଧିତ ଖବର