ମହିଳା କର୍ମଚାରୀଙ୍କୁ ଧକ୍କା ମାରି କୋଠରିରୁ ବାହାର କରିଲେ ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ତାଙ୍କ ପାଖକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା କର୍ମଚାରୀଙ୍କୁ ଧକ୍କାମାରି ବାହାର କରି ଦେଇଥିବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ୍ୱର ପଟେଲ ରିୱାସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଧକ୍କା ମାରି ବାହାର କରି ଦେଇଛନ୍ତି । ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀକୁ ନଗର ନିଗମର ସଫେଇ କର୍ମୀ ମୁନ୍ନୀ ପଟେଲ ଅଭିଯୋଗ ଦେବା ପାଇଁ ଯାଇଥିଲେ । ମୁନ୍ନୀଙ୍କୁ ପୂର୍ବରୁ ପାର୍କରେ ଅବସ୍ଥାପିତ କରାଯାଇଥିବା ବେଳେ ଏବେ ତାଙ୍କୁ ସେଠାରୁ ବଦଳି କରି ଦିଆଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ମୁନ୍ନୀ ମନ୍ତ୍ରୀଙ୍କୁ ଗୁହାରି କରିବାକୁ ଯାଇଥିଲେ । ଏହାପରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହବାରେ ଲାଗିଛି ।

शिवराज बोले- सत्ता के नशे में चूर हैं कांग्रेस के मंत्री, जीतू पटवारी और पीसी शर्मा मंत्री बनने के लायक नहीं
image source-headtopics.com

ଏହାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କମଲନାଥ ସରକାରଙ୍କ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଘଟଣାର ଭିଡିଓ ସେଆର୍ କରିବା ସହିତ ଟୁଇଟ କରିଛନ୍ତି,‘ କଂଗ୍ରେସର ବରିଷ୍ଠ ନେତା କ୍ଷମତା ପାଇଁ ପାଗଳ ହୋଇଯାଇଛନ୍ତି । ନାଗରିକମାନଙ୍କ ସମସ୍ୟା ପାଇଁ ତାଙ୍କୁ ନିର୍ବାଚିତ କରାଯାଇଥିବା ବେଳେ, ଏବେ ସେ ଲୋକଙ୍କର ଆଖିରୁ ବାହାରୁ ଥିବା ଲୁହକୁ ଦେଖିପାରୁ ନାହାନ୍ତି ।’
ଏନେଇ ମୁଖ୍ୟମନ୍ତ୍ରୀ କମଲନାଥ ବା ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ୍ୱର ପଟେଲ କୌଣସି ଟିପ୍ପଣୀ କରିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର