ଅଯୋଧ୍ୟା ଆସି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କଲେ ଏହି ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରି ଭୂମି ପୂଜନ କରିଥିଲେ। ଅନ୍ୟପକ୍ଷରେ, ପାକିସ୍ତାନ ପାଇଁ ଖେଳିଥିବା ପାକିସ୍ତାନୀ କ୍ରିକେଟର ଡାନିଶ କାନେରିଆ ରାମ ମନ୍ଦିରକୁ ନେଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।

କାନେରିଆ ଏକ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ସେ ଜଣେ ହିନ୍ଦୁ ଏବଂ ଭଗବାନ ରାମଙ୍କର ଜଣେ ଭକ୍ତ। ସେ କହିଛନ୍ତି ଯେ ଯଦି ପ୍ରଭୁ ଶ୍ରୀରାମ ତାଙ୍କୁ ଡାକନ୍ତି ତେବେ ସେ ନିଶ୍ଚିତ ଭାବେ ଆସିବେ। କାନେରିଆ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମ ପାଇଁ ଏହା ଏକ ଧାର୍ମିକ ସ୍ଥାନ ଏବଂ ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ଭାବରେ ଅଯୋଧ୍ୟାକୁ ଆସିବାକୁ ଚାହିଁବି । ମୁଁ ଜଣେ ହିନ୍ଦୁ ଏବଂ ମୁଁ ସର୍ବଦା ପ୍ରଭୁ ରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଚେଷ୍ଟା କରେ।


ନିକଟରେ ୩୯ ବର୍ଷୀୟ କାନେରିଆ ପାକିସ୍ତାନ ଦଳରେ ଭେଦଭାବ ଅଭିଯୋଗ କରିଥିଲେ। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ମଧ୍ୟ କହିଥିଲେ ଯେ କିଛି ପାକିସ୍ତାନୀ କ୍ରିକେଟର ଏହି ବୋଲରଙ୍କ ସହ ଭଲ ବ୍ୟବହାର କରିନଥିଲେ । ଅଖତାର ଦାବି କରିଥିଲେ ଯେ କାନେରିଆ ଜଣେ ହିନ୍ଦୁ ହୋଇଥିବାରୁ କିଛି କ୍ରିକେଟର ତାଙ୍କ ସହ ଖାଦ୍ୟ ଖାଉ ନାହାଁନ୍ତି। ଏହା ପରେ କାନେରିଆ ମଧ୍ୟ ଆଗକୁ ଆସି ଅଖତରଙ୍କ ଆଲୋଚନାରେ ରାଜି ହୋଇ ପାକିସ୍ତାନ କ୍ରିକେଟ୍ ରେ ଭେଦଭାବ ଆରୋପ ଲଗାଇଥିଲେ |

ସମ୍ବନ୍ଧିତ ଖବର