ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରାଣାଓ୍ଵତ

ମୁମ୍ବାଇ : ନିଜ ପୂର୍ବ ପ୍ରତିଶ୍ରୁତି ମୁତାବକ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଆଜି ଅପରାହ୍ଣରେ ମୁମ୍ବାଇରେ ପହଞ୍ଚିଛନ୍ତି । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଓହ୍ଲାଇଥିଲେ । ଏହି ସମୟରେ ବିମାନ ବନ୍ଦର ବାହାରେ ତାଙ୍କୁ ବିରୋଧ କରିବାକୁ ଶିବସେନା କର୍ମୀମାନେ ଉପସ୍ଥିତ ଥିଲେ । ତେବେ କଙ୍ଗନାକୁ ସମର୍ଥନ କରୁଥିବା କର୍ଣ୍ଣି ସେନାର କର୍ମୀମାନେ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ ।
ଇତି ମଧ୍ୟରେ ବୃହତ ମୁମ୍ବାଇ ମହାନଗରପାଳିକା (ବିଏମସି ) ପକ୍ଷରୁ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସକୁ ଭାଙ୍ଗି ଦିଆଯାଇଛି । ବମ୍ବେ ହାଇକୋର୍ଟ ପକ୍ଷରୁ ଏହି ଭଙ୍ଗା ଉପର ରୋକ ଲଗାଯିବା ସମ୍ପର୍କିତ ଆଦେଶ ଆସିବା ପୂର୍ବରୁ ବିଏମସି ପକ୍ଷରୁ ତାଙ୍କ ଘର ଭଙ୍ଗାକାମ ଶେଷ ହୋଇଯାଇଥିଲା । ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତାକାଲି ହେବ ।


ଏହି ଭଙ୍ଗା ସମ୍ପର୍କରେ ପ୍ରତିକ୍ରିୟା ରଖି କଙ୍ଗନା କହିଛନ୍ତି ଯେ ତାଙ୍କ ଅଫିସ ତାଙ୍କ ପାଇଁ ରାମ ମନ୍ଦିର ସଦୃଶ ଥିଲା । ତାହାକୁ ଯେଉଁମାନେ ଭାଙ୍ଗିଛନ୍ତି ସେମାନେ ହେଉଛନ୍ତି ବାବରର ସେନା । ଆଜି ବାବର ସେନା ରାମ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । କିନ୍ତୁ ମନେ ରଖନ୍ତୁ ପୁଣି ଥରେ ସେଠାରେ ରାମ ମନ୍ଦିର ନିର୍ମାଣ ହେବ ।

ସମ୍ବନ୍ଧିତ ଖବର