କଙ୍ଗନା ଓ ରବି କିଷନଙ୍କୁ ଜୟା ବଚ୍ଚନଙ୍କ ଆକ୍ଷେପ, କଙ୍ଗନାଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ସୁଶାନ୍ତ ସିଂ ମୃତ୍ୟୁ ମାମଲା, ବଲିଉଡ ଡ୍ରଗ୍ସ କାରବାର ପ୍ରସଙ୍ଗ ଆଜି ସଂସଦରେ ଉଠିଛି । ସମାଜବାଦୀ ପାର୍ଟି ସାଂସଦ ତଥା ପୁରୁଖା ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଆଜି ରାଜ୍ୟସଭାରେ କହିଥିଲେ ଯେ ଯେଉଁମାନେ ବଲିଉଡରେ ଯଶ, ଧନ ଓ ପ୍ରତିଷ୍ଠା କମାଇଛନ୍ତି ସେମାନେ ଏବେ ବଲିଉଡକୁ ଗଟ୍ଟର ବା ପଙ୍କିଳ ସ୍ଥାନ ବୋଲି ନିନ୍ଦା କରୁଛନ୍ତି । ସେମାନେ ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ କଣା କରୁଛନ୍ତି । ସରକାର ଏହି ସଂକଟ ସମୟରେ ମନୋରଂଜନ ଶିଳ୍ପକୁ ସହାୟତା କରିବା ଆବଶ୍ୟକ ବୋଲି ସେ ଦାବି କରିଥିଲେ ।

 

ତାଙ୍କର ଏହି ବୟାନର ଏକ କଡ଼ା ଜବାବ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ । ସେ କହିଛନ୍ତି ଯେ ଯଦି ଜୟାଙ୍କ ଝିଅ ଶ୍ୱେତା ବଚ୍ଚନ ବଳାତ୍କାରର ଶିକାର ହୋଇଥାନ୍ତେ, ତାଙ୍କ ଘରକୁ ଭାଙ୍ଗିଦିଆଯାଇଥାନ୍ତା, ତେବେବି ସେ କଣ ଏହା କହିଥାନ୍ତେ ? ଅଭିଷେକଙ୍କ ଉପରେ ଯଦି ଆକ୍ରମଣ ହୋଇଥାନ୍ତା, ତେବେ ବି କଣ ସେ ଏହା କହିଥାନ୍ତେ ?

ଗତକାଲି ଲୋକପ୍ରିୟ ଭୋଜପୁରୀ ଓ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ରବି କିଷନ କହିଥିଲେ ଯେ ବଲିଉଡରେ ନିଶାକାରବାର ଓ ସେବନର ଏକ ସମସ୍ୟା ରହିଛି ।

ସମ୍ବନ୍ଧିତ ଖବର