ସିଆଇଏସ୍ଏଫ୍ ମହିଳାଙ୍କ ଠାରୁ ଚାପୁଡ଼ା ମାଡ଼ ଖାଇବା ପରେ ସେୟାର କରିଥିବା ପୋଷ୍ଟକୁ କିଛିସମୟ ପରେ ଡିଲିଟ କ‌ଲେ କଙ୍ଗନା

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରାନାୱତଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକୁ କେହି କେବେ କଳ୍ପନା ବି କରି ନଥିଲେ।

ପ୍ରଥମଥର ସାଂସଦ ହେବାପରେ କଙ୍ଗନା ଦିଲ୍ଲୀ ଯାଉଥିଲେ। ଏହି ସମୟରେ ସେ ଚଣ୍ଡିଗଡ଼ ପହଞ୍ଚିବା ପରେ ସିଆଇଏସ୍ଏଫ୍ ମହିଳା ଯବାନ କୁଲବିନ୍ଦର କୌର କଙ୍ଗନାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।

କାରଣ କୁଲବିନ୍ଦର କୌର କୃଷକ ଆନ୍ଦୋଳନ ସମୟରେ କଙ୍ଗନା ରାନାୱତ ଦେଇଥିବା ବୟାନ ଓ ତାଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଥିଲେ। କାରଣ ଏହି ସମୟରେ କଙ୍ଗନା କୃଷକ ଆନ୍ଦୋଳନରେ ବସିଥିବା ମହିଳାମାନଙ୍କୁ ୧୦୦/୨୦୦ ଟଙ୍କା ଦେଇ ଯାଇଥି‌ଲେ। ଏହି ପ୍ରଦର୍ଶନରେ ମୋ ମା’ ବି ବସିଥିଲେ।

ଏହି ଘଟଣା‌ରେ ସିଆଇଏସ୍ଏଫର ଡିଜି ନିନା ସିଂହ କୁଲବିନ୍ଦରଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି।

କଙ୍ଗନାଙ୍କ ସହିତ ହୋଇଥିବା ଏହି ଘଟଣାକୁ ଲୋକେ ଖୁବ ନିନ୍ଦା କରୁଛନ୍ତି। ଏହି ଘଟଣାକୁ ନେଇ କଙ୍ଗନା ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଇଣ୍ଡଷ୍ଟ୍ରିର ଲୋକଙ୍କୁ କଲ ଆଉଟ କରାଯାଇଛି। ପ୍ରିୟର ସିନେମା ଇଣ୍ଡଷ୍ଟ୍ରିର ଲୋକମାନେ ମୋ ଉପରେ ଏହି ଆକ୍ରମଣ କରିଛନ୍ତି। ସେଥିପାଇଁ ଏହି ଘଟଣାକୁ ନେଇ ସେମାନେ ଚୁପ ଅଛନ୍ତି। କିନ୍ତୁ ମନେ ରଖିଥିବ କାଲି ଯଦି ଆପଣ ଦେଶ ଓ ଦୁନିଆ‌ର କୌଣସି ରାସ୍ତାରେ ଯାଉଛନ୍ତି ସେତେବେଳେ ଯଦି ଇସ୍ରାଏଲ ଓ ଫିଲିସ୍ତାନୀ ଆପଣଙ୍କ ଓ ଆପଣଙ୍କ ପିଲାଙ୍କ ଉପରେ  ଆକ୍ରମଣ କରନ୍ତି…..ସେଥିପାଇଁ ଆପଣମାନେ ହିଁ ଦାୟୀ ହେବେ।’

ଏହି ପୋଷ୍ଟ ସେୟାର କରିବାର କିଛି ସମୟ ପରେ କଙ୍ଗନା ଡିଲିଟି କରି ଦେଇଥିଲେ। ତେବେ ପୋଷ୍ଟ ଡିଲିଟି କରିବାର କାରଣ କ’ଣ ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ଯେତେବେ‌ଳେ ଆପଣ କାହା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉତ୍ସାହିତ ହୁଅନ୍ତି ସେତେବେଳେ ‘ଅଲ ଆଇଜ ଅନ ରଫା’ ଗ୍ୟାଙ୍ଗ ସେହିଦିନକୁ ମନେ ରଖିଥିବ ଯେଉଁଦିନ ଆପଣଙ୍କ ଓ ଆପଣଙ୍କ ପିଲାଙ୍କ ସହିତ ବି ଏମିତି ଘଟିବ। ସେଥିପାଇଁ ପ୍ରସ୍ତୁତ ରହିଥିବ।’

ସମ୍ବନ୍ଧିତ ଖବର