ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ ଅଭିନୟ କରିଥିବା ହେତୁ ତାଙ୍କୁ ଶିଖ୍‌ ଉଗ୍ରବାଦୀ ଗୋଷ୍ଠୀଙ୍କ ନିକଟରୁ ହତ୍ୟା ଧମକ ମିଳିଛି। ସୋସିଆଲ୍‌ ମିଡିଆରେ କଙ୍ଗନାଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି।

Advertisment

ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସାଂସଦ ଥିବା ଏହି ଅଭିନେତ୍ରୀ ଧମକ ପାଇବା ପରେ ପୁଲିସ୍‌ର ସହାୟତା ଲୋଡ଼ିଛନ୍ତି। ସୋସିଆଲ୍‌ ମିଡିଆରେ ଏକ ଭିଡିଓରେ ଖ୍ରୀଷ୍ଟିୟାନ୍‌ରୁ ଶିଖ୍‌ ବନିଥିବା ଥୋମାସ୍‌ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ସଂକର୍ପିତ କିଛି ତଥ୍ୟ ଉଲ୍ଲେଖ କରିଛନ୍ତି, ଯାହାଙ୍କ ଭୂମିତା କଙ୍ଗନା ନିଭାଇଛନ୍ତି।

ସେ କହିଛନ୍ତି, ‘‘ଯଦି ସିନେମାରେ ଜର୍ଣ୍ଣାଲ୍‌ ସିଂହ ଭିଣ୍ଡ୍ରନ୍‌ୱାଲେଙ୍କୁ ଆତଙ୍କବାଦୀ ଭାବେ ଚିତ୍ରିତ କରାଯାଇଥାଏ ତେବେ ମନେ ରଖ ସେହି ବ୍ୟକ୍ତି (ଇନ୍ଦିରା ଗାନ୍ଧୀ)ଙ୍କ ସହ କ’ଣ ହୋଇଥିଲା। କଙ୍ଗନା ଏକ ଏକ୍ସ ପୋଷ୍ଟ୍‌ କରି ଏହି ମାମଲାରେ ପୁଲିସ୍‌ର ସହାୟତା ଲୋଡ଼ିଛନ୍ତି।