ସୁରକ୍ଷା ଦେଲେ କେନ୍ଦ୍ର ସରକାର, ମୁମ୍ବାଇରେ କଙ୍ଗନାଙ୍କୁ ମିଳିବ ‘ୱାଇ’ ବର୍ଗର ସୁରକ୍ଷା

ସୁରକ୍ଷା ଦେବେ ୧୧ଜଣ ଯବାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିଛି | ସୂଚନାନୁସାରେ, ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ ‘ୱାଇ’ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏହି ସୁରକ୍ଷା ପ୍ରଦାନ କରାଯାଇଛି। କିଛି ଦିନ ତଳେ ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଧମକ ପାଇ କଙ୍ଗନା କାହା ଧମକକୁ ନ ଡ଼ରି ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ।

indiatoday

ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍ଗନା ରାଣାୱତଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସୁରକ୍ଷା ପାଇଁ ୧୧ଜଣ ଯବାନ ନିୟୋଜିତ ହେବେ। ସେଥିରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ବାକି ପୁଲିସ ଅଧିକାରୀ ରହିବେ | ଏହାର ବିଜ୍ଞପ୍ତି କିଛି ସମୟ ମଧ୍ୟରେ ପ୍ରକାଶ ପାଇପାରେ ବୋଲି ଜଣା ପଡ଼ିଛି | କୁହାଯାଉଛି ଯେ, ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ, ସେତେବେଳେ ତାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ୱାଇ’ ବର୍ଗର ସୁରକ୍ଷା ପାଇବା ପରେ କଙ୍ଗନା ରାଣାୱତ କହିଛନ୍ତି ଯେ, ଏବେ କେହି ଜଣେ ଦେଶପ୍ରେମୀର ସ୍ୱରକୁ ଚପାଇବାକୁ ପାରିବେ ନାହିଁ,ଯାହା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଜଣାଉଛି, ସେ ଚାହିଁଥିଲେ ମୋତେ କିଛି ଦିନ ପରେ ମୁମ୍ବାଇ ଆସିବା ପାଇଁ ପରାମର୍ଶ ଦେଇଥାନ୍ତେ, କିନ୍ତୁ ସେ ଭାରତର ଏକ ଝିଅ କହିଥିବା କଥାର ସମ୍ମାନ ରଖିଛନ୍ତି। ଆମର ସ୍ବାଭିମାନ ଏବଂ ଆତ୍ମସମ୍ମାନକୁ ବଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର