ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇରୁ ମନାଲିକୁ ଉଡ଼ାଣ କରିଛନ୍ତି। ଭଉଣୀ ରଙ୍ଗୋଲି ମଧ୍ୟ କଙ୍ଗନାଙ୍କ ସହିତ ଅଛନ୍ତି | ‌ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ଏବେ ସେ ମନାଲି ଯାଇଛନ୍ତି। ତେବେ ମୁମ୍ବାଇ ବିମାନବନ୍ଦରରେ କଙ୍ଗନାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କଙ୍ଗନାକୁ ସୁରକ୍ଷା ଦେବା ପାଇଁ ବିମାନବନ୍ଦରରେ ୪୫-୫୦ ଯବାନ ନଜର ଆସିଥିଲେ।

Advertisment

ୱାଇ ପ୍ଲସ ସୁରକ୍ଷା ମଧ୍ୟରେ କଙ୍ଗନା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ମନାଲିକୁ ଉଡ଼ାଣ କରିଥିବା ଜଣା ପଡ଼ିଛି | ଘରୁ କଡ଼ା ସୁରକ୍ଷା ଦିଆଯାଇ ତାଙ୍କୁ ମୁମ୍ବାଇ ବିମାନବନ୍ଦରକୁ ନିଆଯାଇଥିଲା। ତେବେ ବାଟରେ କୌଣସି ବିକ୍ଷୋଭକାରୀ ଏବଂ ସମର୍ଥକଙ୍କୁ ଦେଖିବାକୁ ମିଳି ନଥିଲେ। ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନା ବିଏମସିକୁ ପ୍ରତିଶୃତି ଦେଇଥଲେ ଯେ, ସେ ସ୍ୱଳ୍ପ ସମୟ ପାଇଁ ମୁମ୍ବାଇ ଆସୁଛନ୍ତି। ତେଣୁ ବିଏମସି ତାଙ୍କୁ ସଙ୍ଗେରୋଧରୁ ମୁକ୍ତ କରିଥିଲା। ଆଜି କଙ୍ଗନା ନିଜ କଥା ରଖି ମନାଲି ଫେରିଛନ୍ତି।

कंगना रनौत aajtak

ସୂଚନା ମୁତାବକ, ଶିବସେନାଙ୍କ ସହ ବିବାଦ ମଧ୍ୟରେ କଙ୍ଗନା ରାଣାୱତ ମୁମ୍ବାଇରେ ପହଞ୍ଚିଥିଲେ। କଙ୍ଗନାଙ୍କୁ ମୁମ୍ବାଇ ନଆସିବା ପାଇଁ ଶିବସେନା ନେତା ସଞ୍ଜୟ ରାଉତ ଧମକ ଦେବା ପରେ କଙ୍ଗନା ମୁମ୍ବାଇ ନିଶ୍ଚିତ ଯିବେ ଏବଂ ତାଙ୍କୁ କିଏ ଅଟକାଇବ ବୋଲି କହିଥିଲେ। ପରେ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇ ତାଙ୍କ ବାସଭବନକୁ ନିଆଯାଇଥିଲା।