ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇସ୍ଥିତ ଅଫିସରେ ବିଏମସି ଭଙ୍ଗାରୁଜା କରିବା ପରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ ବିଏମସି କମିସନର ଆଇଏସ ଇକବାଲ ସିଂହ ଚହଲଙ୍କୁ ସମନ ପଠା ଯାଇଛି।
ତେବେ ଇକବାଲ ସିଂହଙ୍କ ନିର୍ଦେଶ କ୍ରମେ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟକୁ ବିଏମସି ବେଆଇନ ବୋଲି କହି ଭଙ୍ଗାଭଙ୍ଗି କରିଥିଲା। କୋର୍ଟଙ୍କ ନୋଟିସ ପରେ ଯାଇ ଏହି ଭଙ୍ଗାକାମ ବନ୍ଦ କରାଯାଇଥିଲା। କଙ୍ଗନା କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ପାଇଁ ବିଏମସିକୁ ମଧ୍ୟ କ୍ଷତିପୂରଣ ଦେବାକୁ କୋର୍ଟ କହିଛନ୍ତି।
Maharashtra State Human Rights Commission has issued summons to BMC Municipal Commissioner IS Chahal to appear before it in connection with a complaint received regarding demolition of property belonging to actress Kangana Ranaut (in file photo). pic.twitter.com/lQWx5JRkhC
— ANI (@ANI) December 23, 2020
କିନ୍ତୁ ସେତେବେଳକୁ କଙ୍ଗନାଙ୍କ କାର୍ଯ୍ୟାଳୟରେ ଅନେକ କ୍ଷତି ହୋଇସାରିଥିଲା। ଏହାପରେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିଲା। ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାନବାଧିକାର ଆୟୋଗ ବିଏମସି କମିସନରକୁ ସମନ ପଠାଇ ହାଜର ହେବାକୁ କହିଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବରରେ ବିଏମସି କଙ୍ଗନା ରାଣାୱତଙ୍କ ପାଲି ହିଲ ରୋଡସ୍ଥିତ କାର୍ଯ୍ୟାଳୟ ଭାଙ୍ଗି ଦେଇଥିଲା। ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟରେ ବୁଲଡୋଜର ଏବଂ ହାତୁଡ଼ିରେ ଭଙ୍ଗାଭଙ୍ଗି କରିଥିଲା। ବିଏମସି ପକ୍ଷରୁ କଙ୍ଗନା ରାଣାୱତକୁ ଏହି ବାବଦରେ ନୋଟିସ ପଠାଯାଇଥିଲା । ନୋଟିସ ପଠାଇବା ପର ଦିନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଆରମ୍ଭ ହୋଇଯାଇଥିଲା। ଏହି ଘଟଣାରେ କଙ୍ଗନା ରାଣାୱତ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇ ଏହାକୁ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଥିଲେ।