ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଅଭିନେତ୍ରୀଙ୍କ ମୁମ୍ବାଇ କାର୍ଯ୍ୟାଳୟ ବିଏମସିର ବୁଲଡୋଜରର ଶିକାର ହୋଇଥିଲା। ସେପ୍ଟେମ୍ବର ୯ରେ, କଙ୍ଗନା ମନାଲିରୁ ମୁମ୍ବାଇ ଫେରିଥିବାବେଳେ ବିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା । କଙ୍ଗନାଙ୍କ କାର୍ଯ୍ୟାଳୟର ବାଲକୋନି ସମେତ ଅନେକ ଅଂଶ ଭାଙ୍ଗି ଦିଅ‌ାଯାଇଥିବା ବେଳେ ଏବେ ସେ ସେହି ଭଙ୍ଗା ଅଫିସରେ କାମ କରିବେ ବୋଲି କହିଛନ୍ତି। ଏକ ଟୁଇଟର ଜବାବ ଦେଇ ସେ ଏଭଳି ଲେଖିଛନ୍ତି।

Advertisment

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଭାଙ୍ଗିବା ବନ୍ଦ କରିଥିଲେ ମଧ୍ୟ ତାଙ୍କ ଅଫିସର ଅଧିକାଂଶ ଅଂଶ ଭଙ୍ଗା ସରିଥିଲା।  ଏଭଳି ପରିସ୍ଥିତିରେ ଜଣେ ପ୍ରଶଂସକ ଘଟଣାରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଥିଲେ ଯେ, କଙ୍ଗନାଙ୍କ କଠିନ ପରିଶ୍ରମ ଦ୍ୱାରା ତିଆରି ହୋଇଥିବା ସୁନ୍ଦର କାର୍ଯ୍ୟାଳୟକୁ ବହୁତ ବଡ ଜେସିବି ମାଟିରେ ମିଶାଇ ଦେଲା | ଏହା ଅତ୍ୟନ୍ତ ଖରାପ ଦିନ ଥିଲା ଯେତେବେଳେ ଏକ ସରକାର ଜଣେ ନିର୍ଭିକ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ।

Twitterati troll Kangana Ranaut for comments on mental health; actress hits  back with fiery response | Hindi Movie News - Times of India Times of India

ଏହି ଟୁଇଟର ଜବାବରେ କଙ୍ଗନା ଲେଖିଛନ୍ତି, ମୁଁ ଜାନୁଆରୀ ୧୫ରେ ମୋ ଅଫିସ୍ ଖୋଲିଥିଲି | କିଛି ସମୟ ପରେ କରୋନା ମହାମାରୀ ଆସିବାରୁ ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଘରେ ବସି ରହିଥିଲି | କିଛି କାମ ନଥିବା ସହ ରୋଜଗାର ନଥିବାରୁ ଅଫିସ୍ ପୁନଃ ନିର୍ମାଣ ପାଇଁ ମୋ ପାଖରେ ଟଙ୍କା ନାହିଁ | ମୁଁ ମୋର ଭଙ୍ଗା କାର୍ଯ୍ୟାଳୟରେ କାମ କରିବି। ଅନ୍ୟ ପକ୍ଷରେ କଙ୍ଗନା ନିଜ ଭଙ୍ଗା ଅଫିସକୁ ଠିକ୍ କରିବା ପାଇଁ କ୍ଷତିପୂରଣ ମାଗିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାଶ ଅଠାୱଲେ।