ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପ୍ରସଙ୍ଗରେ ମୁଁ ଯାହା କହିଛି ତାହା ଯଦି ପ୍ରମାଣ କରି ନ ପାରିବି ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବି: କଙ୍ଗନା ରାନାୱତ୍

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପ୍ରସଙ୍ଗରେ  ବଡ ବୟାନ ଦେଇଛନ୍ତି ବଲିଉଡ କୁଇନ କଙ୍ଗନା ରାନୱତ୍ ।  ବଲିଉଡରେ ପରିବାରବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ସେ  ବିଫଳ ହୁଅନ୍ତି ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବେ ବୋଲି ଘୋଷଣା କରିଛନ୍ତି  । କଙ୍ଗନା ରାନାୱତଙ୍କର ଏଭଳି ବୟାନ ପୁଣି  ସୃଷ୍ଟି କରିଛି ନୂଆ ଚର୍ଚା । ସୁଶାନ୍ତ ସିଂ ରାଜପୁତଙ୍କର  ଝୁଲନ୍ତା ମୃତଦେହ ମିଳିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ମତ ରଖିଥିଲେ କଙ୍ଗନା । ନେପୋଟିଜିମ୍ ବା ପରିବାର ବାଦକୁ ଏଥିପାଇଁ ସେ ସିଧାସଳଖ ଦାୟୀ କରିଥିଲେ । ତେବେ ମୁମ୍ୱାଇ ପୁଲିସ ଏହି ଘଟଣାରେ କଙ୍ଗନା ରାନାୱତଙ୍କ ବୟାନ୍ ରେକର୍ଡ କରିବାକୁ ତାଙ୍କୁ ନୋଟିସ୍ କରିଥିବା ସୂଚନା ମିଳିଛି ।


NDTV

ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଥିବା ନୋଟିସ୍ ନେଇ କଙ୍ଗନା କହିଛନ୍ତି ଯେ ପୁଲିସ ମତେ ବୟାନ ରେକର୍ଡ ଲାଗି ଡାକିଥିଲା। ସେତେବେଳେ ମୁଁ ମନାଲିରେ ଥିଲି ଏବଂ ସେଠାରୁ ବୟାନ ଦେବାକୁ ପ୍ରସ୍ତୁତ ଥିଲି। ମାତ୍ର ପୁଲିସ ପକ୍ଷରୁ କେହି ମନାଲି ଆସି ନ ଥିଲେ। ତେବେ ମୁଁ ଯାହା ଯାହା କରିଛି ସେଥିପାଇଁ ମୁ ଦାୟୀ। ଯଦି ତାହା ମୁଁ ପ୍ରମାଣ କରିପାରିବି ନାହିଁ ତେବେ ପଦ୍ମଶ୍ରୀ ଉପାଧି ଫେରାଇ ଦେବି।

କେବଳ କଙ୍ଗନା ନୁହଁନ୍ତି, ବଲିଉଡ ବ୍ୟକ୍ତିତ୍ବ ଶେଖର କପୁର, ରଣବୀର ସୁରୀ, ମନୋଜ ବାଜପାୟୀ ମଧ୍ୟ ନେପୋଟିଜମ୍ ନେଇ ମୁହଁ ଖୋଲିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ନିର୍ଭୟା ମାମଲାର ଓକିଲ ସୀମା ସମୃଦ୍ଧି । ଏ ନେଇ ସିବିଆଇ ତଦନ୍ତ ପାଇଁ ସୀମା ସମୃଦ୍ଧି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଗତକାଲି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏହି ପ୍ରସଙ୍ଗରେ ବୟାନ ଦେଇଥିଲେ ଯେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ  ତଦନ୍ତର ଆବଶ୍ୟକତା ନାହିଁ । ମୁମ୍ବାଇ ପୁଲିସ ଏହାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର