କଙ୍ଗନାଙ୍କ ପିତାଙ୍କ ଅନୁରୋଧ କ୍ରମେ ସୁରକ୍ଷା ଦିଆଯାଇଛି : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ 

ନୂଆଦିଲ୍ଲୀ :  ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ପିତାଙ୍କ ଅନୁରୋଧ କ୍ରମେ ତାଙ୍କୁ ଓ୍ଵାଇ-କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କଙ୍ଗନାଙ୍କ ପ୍ରତି ବିପଦ ଆଶଙ୍କା ଦର୍ଶାଇ ତାଙ୍କୁ ସୁରକ୍ଷା ଦେବାକୁ ତାଙ୍କ ପିତା ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ହିମାଚଳ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଥିବା ରେଡ୍ଡୀ କହିଛନ୍ତି ।

କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ତାଙ୍କୁ ମୁମ୍ବାଇରେ ପୁରାଇଦିଆଯିବ ନାହିଁ ବୋଲି ଶିବସୈନିକମାନେ ଧମକ ଦେବା ପରେ ତାଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା । ଶିବସୈନିକଙ୍କ ଧମକ ସତ୍ତ୍ୱେ କଙ୍ଗନା ଗତ ୯ ତାରିଖରେ ମୁମ୍ବାଇ ଫେରିଥିଲେ । ତେବେ ମୁମ୍ବାଇ ମହାନଗର ପାଳିକା ବିଏମସି ପକ୍ଷରୁ ତାଙ୍କର ପାଲିହିଲ ସ୍ଥିତ ଅଫିସ ଓ ଘରକୁ ଭାଙ୍ଗିଆଦିଆଯାଇଥିଲା । ଏହା ପରେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଆହୁରି ବଢିଯାଇଥିଲା । ଆଜି ସେ ଆଉ ଏକ ବିବାଦୀୟ ଟ୍ଵିଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଠାକରେଙ୍କୁ ରାବଣ ସହ ତୁଳନା କରିଛନ୍ତି ।

 

 

 

ସମ୍ବନ୍ଧିତ ଖବର

Comments are closed.