ଏହି ବ୍ୟକ୍ତିଙ୍କ ଅନୁରୋଧକ୍ରମେ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା

ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିଲା। ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ଏହି ସୁରକ୍ଷା ପ୍ରଦାନ କରିଥିଲେ କେନ୍ଦ୍ର ସରକାର। ତେବେ କାହାର ଅନୁରୋଧ ପରେ କଙ୍ଗନାଙ୍କୁ ସୁରକ୍ଷା ଦିଆଯାଇଥିଲା, ତାହା ଏବେ ସାମ୍ନାକୁ ଆସିଛି। କଙ୍ଗନାଙ୍କୁ ଧମକ ମିଳିବା ପରେ ତ‌ାଙ୍କ ବାପା ହିମାଚଳ ପ୍ରଦେଶରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ।, ଯାହା ପରେ କଙ୍ଗନା ରାନାୱତଙ୍କୁ ୱାଇ- ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି। ଆଜି ଏ ପ୍ରସଙ୍ଗରରେ ପ୍ରତିକ୍ରିୟା ରଖି ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ ।

ରେଡ୍ଡୀ କହିଛନ୍ତି ଯେ, ତାଙ୍କ ପିତା ରାଜ୍ୟ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ ସୁରକ୍ଷା ପାଇଁ ଲେଖିବା ପରେ ହିମାଚଳ ପ୍ରଦେଶ ସରକାର କଙ୍ଗନାଙ୍କ ପାଇଁ ସୁରକ୍ଷା ମାଗିଥିଲେ। କଙ୍ଗନାଙ୍କ ବାପା ମଧ୍ୟ ଜୟ ରାମ ଠାକୁରଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ ଯେ, ତାଙ୍କ ଝିଅକୁ ନିର୍ଯ୍ୟାତନା ଦିଆଯାଉଛି। ପରେ ତାଙ୍କ ଅନୁରୋଧକୁ ଭିତ୍ତି କରି ହିମାଚଳ ମୁଖ୍ୟମନ୍ତ୍ରୀ ଏହି ଘଟଣା ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦେଇଥିଲେ। ସୁରକ୍ଷା ପାଇଁ କିଏ ବିଲ୍ ଦେବାକୁ ଯାଉଛନ୍ତି ତାହା ରେଡ୍ଡୀ ସ୍ପଷ୍ଟ କରି ନାହାଁନ୍ତି।

Kangana Ranaut given Y-plus security by Centre
Telangana Today

ଅଭିନେତ୍ରୀ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ଚାଲିଥିବା ଶବ୍ଦ ଯୁଦ୍ଧ ମଧ୍ୟରେ ଏହା ଘଟିଛି। ଅଭିନେତ୍ରୀଙ୍କ “ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗିଲାଣି” ମନ୍ତବ୍ୟ ପରେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ଆସ ନାହିଁ ବୋଲି କହିଥିଲେ। ରାଉତଙ୍କ ଏଭଳି ଟୁଇଟର ଜବାବ ଦେଇ ମୁଁ ସେପ୍ଟେମ୍ବର ୯ରେ ମୁମ୍ବାଇରେ ପହଞ୍ଚିବି, କିଏ ମୋତେ ଅଟକାଇବ ବୋଲି କହିଥିଲେ କଙ୍ଗନା। ନିଜ କଥା ମୁତାବକ, ସେ ସେପ୍ଟେମ୍ବର ୯ରେ ମୁମ୍ବାଇରେ ପହଞ୍ଚିଥିବା ବେଳେ ତାଙ୍କ ୱାଇ- ପ୍ଲସ ସୁରକ୍ଷା ଦିଆଯାଇ ତାଙ୍କ ବାସଭବନକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର