ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ସହ ଶତ୍ରୁତା କରିବା ଏବଂ ପରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଥା କଟାକଟି ହେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କୁ ଏବେ ୱାଇ ପ୍ଲସ ସୁରକ୍ଷା ଯୋଗାଇଦିଆଯାଇଥିବା ବେଳେ ସେ ଏବେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଅଛନ୍ତି। ତେବେ ବିଏମସି ପକ୍ଷରୁ ତାଙ୍କର ଅଫିସ ଭଙ୍ଗାଯିବା ଘଟଣା ଏବଂ ତାଙ୍କୁ ମିଳୁଥିବା ଧମକକୁ ନେଇ ସେ ଧିରେ ଧିରେ ଅଧିକ ପ୍ରଭାବିତ ହେଉଥିବା କହିଛନ୍ତି।
ଟୁଇଟ୍ କରି ସେ ନିଜର ମନର ଅବସ୍ଥା ଜଣାଇଛନ୍ତି। ଟୁଇଟ୍ ରେ, ବେଳେବେଳେ ମନେ ହେଉଛି କି, ଏ ସବୁ ସମସ୍ୟା ମଧ୍ୟରେ ମୁଁ ଅଧିକ ପ୍ରଭାବିତ ହେଉଛି। କେଉଁଠିକୁ ମୁଁ ଆସିଯାଇଛି? ମୁଁ ଜାଣି ପାରୁନାହିଁ। ଜୀବନ ମୋତେ ଯେଉଁ ଚ୍ୟାଲେଞ୍ଜଗୁଡିକ ଦେଉଛି, ମୁଁ ସେଗୁଡିକୁ ଦୂର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଦିନକୁ ଦିନ ମୋ ପାଖକୁ ଅଧିକ ଚ୍ୟାଲେଞ୍ଜ ଆସୁଛି। ଏ ସବୁ ଭିତରେ ମୁଁ ଅଧିକ ପ୍ରଭାବିତ ହେବାରେ ଲାଗିଛି ବୋଲି ଲେଖିଛନ୍ତି କଙ୍ଗନା।
In this chaos there are potent pauses that engulf me. Where am I? I don’t recognise. What life threw at me so far I could barely catch up with but it’s asking for more, I give every ounce of me still it needs more and suddenly chaos engulfs me again. pic.twitter.com/8ZyMByCPyB
— Kangana Ranaut (@KanganaTeam) September 13, 2020
କଙ୍ଗନା ରାଣାୱତ ଏହି ପୋଷ୍ଟ ସହିତ ଏକ ଫଟୋ ସେୟାର କରିଛନ୍ତି | ଫଟୋକୁ ଦେଖିଲେ ବୁଝାପଡ଼ୁଛି ଯେ, କଙ୍ଗନା କିଛି ଚିନ୍ତା କରୁଛନ୍ତି | ସେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି | ଅଭିନେତ୍ରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଙ୍ଗନାଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରି ମନୋବଳ ଦେଇଥିବା ଦେଖାଯାଇଛି।