ନୂଆଦିଲ୍ଲୀ : ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ନୂପୁର ଶର୍ମାଙ୍କୁ ସବୁଆଡ଼ୁ ବିରୋଧ ବଢ଼ିଥିବାବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ତାଙ୍କୁ ସମର୍ଥନ କରିଛନ୍ତି। ନୂପୁର ଶର୍ମାଙ୍କ ବିରୋଧରେ ହତ୍ୟା ଧମକକୁ କଙ୍ଗନା ନିନ୍ଦା କରିଛନ୍ତି। ନୂପୁର ପ୍ରଫେଟ୍ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଯଦି ଲୋକାମାନେ ତାଙ୍କୁ ଦାୟୀ କରିବାକୁ ଚାହୁଛନ୍ତି ତେବେ ସେମାନେ ଆଇନ ବାଟରେ ଯାଆନ୍ତୁ ବୋଲି କଙ୍ଗନା ଅନୁରୋଧ କରିଛନ୍ତି। କଙ୍ଗନା କହିଛନ୍ତି, ନୂପୁରଙ୍କର ନିଜ ମତ ରଖିବାର ଅଧିକାର ଅଛି। ତାଙ୍କୁ ସବୁ ପ୍ରକାର ଧମକ ଦିଆଯାଉଛି। ଯେତେବେଳେ ହିନ୍ଦୁ ଦେବଦେବୀଙ୍କୁ ପ୍ରାୟ ପ୍ରତିଦିନ ଅପମାନିତ କରାଯାଉଛି ସେତେବେଳେ ଆମେ କୋର୍ଟ ଯାଉଛୁ। ଦୟାକରି ନିଜେ କିଛି ନିଷ୍ପତ୍ତି ନିଅନା। ଏହା ଆଫଗାନିସ୍ତାନ ନୁହେଁ ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କଙ୍ଗନା କହିଛନ୍ତି।
ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ନୂପୁରଙ୍କୁ ସମର୍ଥନ କଲେ କଙ୍ଗନା
/sambad/media/post_attachments/wp-content/uploads/2022/03/kangana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)