ମୁମ୍ବାଇ: ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କର ଏକ ପୁରୁଣା ଭିଡିଓ ସେୟାର କରି ଅସହଜ ପ୍ରଶ୍ନ ପଚାରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ମହେଶଙ୍କର ଅସଲ ନାମ ମହେଶ ନୁହେଁ, ‘ଆସଲମ୍’। ସେ ଏପରି ଏକ ସୁନ୍ଦର ନାମକୁ କାହିଁକି ଲୁଚାଇ ରଖିଛନ୍ତି ବୋଲି ପଚାରିଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ମହେଶ ତାଙ୍କର ଅସଲ ନାମକୁ ବ୍ୟବହାର କରିବା ଉଚିତ, ଧର୍ମାନ୍ତରିତ ହୋଇଥିବାରୁ ଏପରି ଛଦ୍ମନାମ ବ୍ୟବହାର କରିବା ଉଚିତ ନୁହେଁ ଯାହା ଅନ୍ୟ ଧର୍ମକୁ ସୂଚାଉଥିବ। ରବିବାର କଙ୍ଗନା ଇନ୍ଷ୍ଟାଗ୍ରାମ୍ରେ ମହେଶ ଭଟ୍ଟଙ୍କ ଏକ ଭିଡିଓ ସେୟାର କରିଥିଲେ। ସେଥିରୁ ତାଙ୍କର ବାସ୍ତବ ନାମ ଓ ଧର୍ମ ବିଷୟରେ ସୂଚନା ମିଳୁଛି। ଏକ କ୍ଲିପ୍ରେ ମହେଶ ହିଂସାକୁ ଉସ୍କାଇବା ଦେଖିବାକୁ ମିଳୁଛି। ସେହି ଏକା ଭିଡିଓର ଆଉ ଏକ କ୍ଲିପ୍ ସେୟାର କରି କଙ୍ଗନା ଲେଖିଛନ୍ତି, ମହେଶ ଭଟ୍ଟଙ୍କ ଅସଲ ନାଁ ହେଉଛି ଆସଲମ୍। ସେ ତାଙ୍କ ଦ୍ବିତୀୟ ସ୍ତ୍ରୀ ସୋନି ରାଜଦାନଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ।
କଙ୍ଗନାଙ୍କ ପ୍ରଶ୍ନ: ମହେଶ ଭଟ୍ଟ ତାଙ୍କ ଅସଲି ନାଁ ‘ଆସଲମ୍’କୁ କାହିଁକି ବଦଳାଇଲେ?
/sambad/media/post_attachments/wp-content/uploads/2022/09/sfh4sf64sfh65sfh465fsfhsshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)