ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ବର୍ତ୍ତମାନ ହେଡଲାଇନରେ ଅଛନ୍ତି। କଙ୍ଗନା ରାଜନୀତିରେ ପ୍ରବେଶ କରୁଥିବା ଖବର ରହିଛି। ଖୁବ୍ କମ୍ ସମୟ ମଧ୍ୟରେ ସେ କୌଣସି ଗଡଫାଦର ବିନା ବଲିଉଡର ସେ ଜଣେ ଖ୍ୟାତିସମ୍ପନ୍ନା ହିରୋଇନ୍ ହୋଇପାରିଛନ୍ତି। ସୂଚନା ଅନୁଯାୟୀ, କଙ୍ଗନା ରାନାୱତ ଶନିବାର ୨୩ ମାର୍ଚ୍ଚରେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । କଙ୍ଗନା ହିମାଚଳ ପ୍ରଦେଶର ମଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କଙ୍ଗନା ରାଜପୁତ ପରିବାରର । କଙ୍ଗନା ପ୍ରଥମ ଥର ପାଇଁ ରଜତ ଶର୍ମାଙ୍କ ଲୋକପ୍ରିୟ ସୋ ଆପ୍ କି ଅଦାଲତରେ ନିଜ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ଏବଂ ବଲିଉଡର ହିରୋଇନ୍ ହେବା ପାଇଁ ତାଙ୍କୁ କଣ କରିବାକୁ ପଡିଥିଲା ତାହା କହିଥିଲେ।
କଙ୍ଗନା ସୋ’ରେ କହିଥିଲେ ମୁଁ ଏକ ରକ୍ଷଣଶୀଳ ଘରୁ ଆସିଛି, ଯେଉଁଠାରେ ଝିଅମାନଙ୍କୁ ଅନ୍ୟର ସମ୍ପତ୍ତି ଭାବରେ ବିବେଚନା କରାଯାଇଥାଏ ଏବଂ ପୁଅମାନଙ୍କର ପ୍ରତ୍ୟେକ ସୁବିଧା ସୁଯୋଗର ଯତ୍ନ ନିଆଯାଇଥାଏ। ଆମ ଘରର ପରିବେଶ ମଧ୍ୟ ଏହିପରି ଥିଲା କିନ୍ତୁ ମୁଁ ଏହି ପରମ୍ପରାକୁ ଭାଙ୍ଗିବାକୁ ଚାହୁଁଥିଲି। ଯେତେବେଳେ ମୋତେ ୧୫ ବର୍ଷ ହୋଇଥିଲା, ସେତେବେଳେ ମୁଁ ଦିଲ୍ଲୀ ଯିବାର ସୁଯୋଗ ପାଇଲି ଏବଂ କିଛି ବଡ କାମ କରିବା ଉଦ୍ଦେଶ୍ୟରେ ମୁଁ ଘରୁ ଲୁଚି ପଳାଇ ଯାଇଥିଲା। ତେବେ ମତେ ମିଳିଥିଲା ଧୋକ୍କା ମିଳିଥିଲା।
ମୁମ୍ବାଇରେ ହୋଇଥିବା ସଂଘର୍ଷ ବିଷୟରେ ମଧ୍ୟ ସେ କହିଥିଲେ। କଙ୍ଗନା କହିଥିଲେ ଥିଏଟରର କିଛି ଝିଅଙ୍କୁ ବିଜ୍ଞାପନ ପାଇଁ ଅଡିସନ ପାଇଁ ମୁମ୍ବାଇ ପଠାଯାଇଥିଲା। ମୁଁ ମଧ୍ୟ ଏହି ଝିଅମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇଥିଲି। ଏହି ବିଜ୍ଞାପନ ଶୁଟ୍ ସମୟରେ ମୁଁ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ନଜରରେ ପଡ଼ିଥିଲା। ସେ ହିଁ ମୋର ପ୍ରଥମ ଚଳଚ୍ଚିତ୍ର 'ଗ୍ୟାଙ୍ଗଷ୍ଟର' ପ୍ରଦାନ କରିଥିଲେ। ସେ କହିଥିଲେ ଯେ କୌଣସି ଗଡଫାଦରଙ୍କ ସାହାଯ୍ୟ ବିନା ଏହି ଶିଳ୍ପରେ ପହଞ୍ଚିଛନ୍ତି। ଏପରି ପରିସ୍ଥିତିରେ, ସେହି ସମୟରେ ଜଣେ ଅଭିନେତା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ ଏବଂ ସେ ଥିଲେ ଆଦିତ୍ୟ ପାଞ୍ଚୋଲି। କଙ୍ଗନା କହିଥିଲେ ଯେ ସେ ତାଙ୍କଠାରୁ ବହୁତ ବଡ ଏବଂ ସେ ହିଁ ଏହି ଶିଳ୍ପ ବିଷୟରେ କଙ୍ଗନାଙ୍କୁ ବହୁତ ବୁଝାଇଥିଲେ।
ଆଦିତ୍ୟ ପାଞ୍ଚୋଲି ତାଙ୍କ ନିକଟକୁ ଆସିବା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢ଼ିଥିଲା। କେବଳ ଏତିକି ନୁହେଁ ସେ ତାଙ୍କୁ ବହୁତ ହଇରାଣ କରିବା ମଧ୍ୟ ଆରମ୍ଭ କରିଥିଲେ। ତାଙ୍କୁ ଫ୍ଲାଟରେ ମଧ୍ୟ ବନ୍ଦ କରି ରଖାଯାଇଥିଲା। ଯେତେବେଳେ ମୁଁ ପୋଲିସ ପାଖକୁ ଯାଇଥିଲି ସେତେବେଳେ ଅଭିନେତା ମୋତେ ଛାଡିଥିଲେ। ସେହି ସମୟ ମଧ୍ୟରେ, କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିରେ ବୃଦ୍ଧି ପାଇଥିଲା କିନ୍ତୁ ତଥାପି ତାଙ୍କୁ ସାହାଯ୍ୟ କରିବାକୁ କେହି ଆଗେଇ ନ ଥିଲେ ।