କୋଭିଡ୍‌କୁ ପ୍ରତିରୋଧ କରିବ କାଙ୍ଗ୍ରା ଚା’

ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଏକ ସଫଳ ଟିକା କିମ୍ବା ପ୍ରମାଣସିଦ୍ଧ ଉପଚାର ପଦ୍ଧତି ନିକଟ ଭବିଷ୍ୟତରେ ମିଳିବାର ଆଶା କମ୍ ଥିବାରୁ ଅନେକ ଚିକିତ୍ସା ବିଜ୍ଞାନୀ ପାରମ୍ପରିକ ଆୟୁବେର୍ଦ ବା ଚେରମୂଳିକୁ ମହୋଷଧି ଭାବେ ବିଚାର କରୁଛନ୍ତିା ଏହି କ୍ରମରେ ହିମାଚଳପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ଉତ୍ପନ୍ନ ହେଉଥିବା ଏକ ବିଶେଷ ଧରଣର ଚା’ରେ ନିହିତ ଥିବା ରାସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଡ଼ାଇବା ସହ ଅଭିନବ କରୋନାଭୁତାଣୁୁ ସାର୍ସ–କୋଭ୍–୨ର କ୍ରିୟାଶୀଳତାକୁ ମଧ୍ୟ ଯଥେଷ୍ଟ କମାଇପାରିବ ବୋଲି ବିଶେଷଜ୍ଞମାନେ ଦାବି କରିିଛନ୍ତିା ଏପରିକି କୋଭିଡ୍ ଚିକିତ୍ସା ପାଇଁ କେହି କେହି ପ୍ରୟୋଗ କରୁଥିବା ଏଚ୍ଆଇଭି ପ୍ରତିରୋଧୀ ଔଷଧଠାରୁ ମଧ୍ୟ କାଙ୍ଗ୍ରା ଚା’ ଅଧିକ ଉପାଦେୟ ବୋଲି ସେମାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତିିା

ସୂଚନା ଥାଉ କି, କରୋନାଭୂତାଣୁ ବିରୋଧରେ ଚାଲିଥିବା ଲଢେ଼ଇ ପରିପ୍ରେକ୍ଷୀରେ ଭାରତ ସରକାର କୌଣସି ଉଦ୍ୟମକୁ ହାତଛଡା଼ କରୁନାହାନ୍ତିା ସମ୍ଭାବ୍ୟ ଟିକାଟିଏ ବାହାର କରିବା ପାଇଁ ବିଭିନ୍ନ ପ୍ରତିଷ୍ଠାନ ଓ ଔଷଧ କମ୍ପାନିକୁ ସରକାର ପ୍ରୋତ୍ସାହିତ କରୁଥିବା ବେଳେ ଏଣେ ପାରମ୍ପରିକ ଚେରମୂଳି ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତିା କରୋନାଭୂତାଣୁର ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଆୟୁବେର୍ଦ–ଯୋଗ–ୟୁନାନି–ହୋମିଓପାଥି(ଆୟୁଷ) ବିଭାଗ ପକ୍ଷରୁ ୪ ପ୍ରକାର ପାରମ୍ପରିକ ଚେରମୂଳି(ଆୟୁବେର୍ଦ) ଔଷଧର ପ୍ରୟୋଗ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଛିା ଭାରତର ବିଜ୍ଞାନ ଓ ଉଦ୍ୟୋଗ ଗବେଷଣା ପରିଷଦ (ସିଏସ୍‌ଆଇଆର୍) ସହ ମିଶି ଆୟୁଷ ମନ୍ତ୍ରଣାଳୟ ହାତକୁ ନେଇଥିବା ଏହି ଚେରମୂଳିଗୁଡି଼କ ହେଲା ଅଶ୍ବଗନ୍ଧା, ଯଷ୍ଟିମଧୁ, ଗୁଡୁଚି–ପିନ୍ନଳି ଏବଂ ଆୟୁଷ–୬୪ା ଏସବୁର ଫଳାଫଳ ଆଗାମୀ ତିନି ମାସ ଭିତରେ ଆସିଯିବ ବୋଲି ଆଶା କରାଯାଉଥିବା ବେଳେ ଏବେ ଅନ୍ୟତମ ଚେରମୂଳି ବା ଗୁଳ୍ମ କାଙ୍ଗ୍ରା ଚା’ର ଔଷଧୀୟ ଗୁଣକୁ କରୋନାଭୂତାଣୁ ବିରୋଧରେ ଖଟାଇବା ପାଇଁ ଅନେକ ପ୍ରସ୍ତାବ ରଖିଛନ୍ତି। ଏଥିରେ ଥିବା ପଲିଫିନଲ୍ସ ନାମକ ଜୈବିକ ରସାୟନ ଆମର ରୋଗପ୍ରତିରୋଧ ଶକ୍ତି ବଡ଼ାଇବା ସହ କରୋନାଭୂତାଣୁକୁ ପ୍ରତିରୋଧ କରିବାରେ ସକ୍ଷମ ହେବ ବୋଲି ଅନେକ ଭରସା କରୁଛନ୍ତିା

ସମ୍ବନ୍ଧିତ ଖବର