କଂଗ୍ରେସରେ ମିଶିପାରନ୍ତି କହ୍ନୈ୍ୟା କୁମାର ଓ ଜିଗ୍ନେଶ ମେଭାନୀ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି କନହେୟା କୁମାର ଏବଂ ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ ଆସନ୍ତା ମାସ ଆରମ୍ଭରେ କଂଗ୍ରେସରେ ଯୋଗଦେବେ। କଂଗ୍ରେସର ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଅକ୍ଟୋବର ୨ରେ ଉଭୟ କନହେୟା କୁମାର ଓ ଜିଗ୍ନେଶ କଂଗ୍ରେସରେ ଯୋଗ ଦେଇପାରନ୍ତି। ଗୁଜରାଟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଏହି ଦୁଇ ଯୁବ ନେତା ଏବଂ କଂଗ୍ରେସ ନେତୃତ୍ୱଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମଧ୍ୟସ୍ଥତା କରୁଛନ୍ତି। ସୂଚନା ଥାଉ କି ବିହାରର କନହେୟା କୁମାର ଜେଏନୟୁରେ ହୋଇଥିବା ତଥାକଥିତ ଦେଶବିରୋଧୀ ସ୍ଲୋଗାନକୁ ନେଇ ଗିରଫ ହୋଇଥିଲେ |

ଆଉ ଏହା ପରେ ସେ ଚର୍ଚ୍ଚାକୁ ଆସିଥିଲେ | ସେ ବେଗୁସରାଇ ଲୋକସଭା ଆସନରୁ ​​କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ସିପିଆଇ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରି ଯାଇଥିଲେ। ଅନ୍ୟପକ୍ଷରେ, ଦଳିତ ସମ୍ପ୍ରଦାୟର ଜିଗ୍ନେଶ ଗୁଜୁରାଟର ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଅଛନ୍ତି ।

ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ କିଛି ଦିନ ତଳେ କଂଗ୍ରେସରୁ ଜିତିନ ପ୍ରସାଦ ଏବଂ ସୁସ୍ମିତା ଦେବ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଥିବାବେଳେ ଦେବ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ | ଆଉ ରାହୁଲ ଗାନ୍ଧୀ ଗୁଜୁରାଟର ବିଧାୟକ ଜିଗ୍ନେଶ ମେଭାନୀଙ୍କ ସମେତ ଅନ୍ୟ ଯୁବ ନେତାଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଅନେକ ଭେଟେରାନ ନେତା ଦଳ ଛାଡୁଥିବାବେଳେ ଯୁବ ଚେହେରାକୁ ସାମ୍ନାକୁ ଆଣିବାକୁ ଚାଁହୁଛନ୍ତି |

ସମ୍ବନ୍ଧିତ ଖବର