କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର

ଚେନ୍ନାଇ : ଡିଏମ୍‌କେ ସାଂସଦ କାନିମୋଝି ୨୦୧୮ ମସିହାର ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ପାଇବେ। ଲୋକମତ ଗ୍ରୁପ୍ ଦ୍ବାରା କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଯଦିଓ କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ଘୋଷଣାରେ ବିଜେପି ଏବଂ କଂଗ୍ରେସ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇନି ସୋସିଆଲ୍‌ ମିଡିଆରେ କିନ୍ତୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ୨ଜି ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଥିବା କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ପାଇଁ ଚୟନ କରାଯିବାକୁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଜାନୁଆରି ପ୍ରଥମ ସପ୍ତାହରେ ସଂସଦର କେନ୍ଦ୍ରୀୟ ଗୃହରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏହି ପୁରସ୍କାର କାନିମୋଝିଙ୍କୁ ଦେ‌ବେ।

ସମ୍ବନ୍ଧିତ ଖବର