ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାକୁ ନେଇ ବଡ଼ ଖୁଲାସା କଲା ପୁଲିସ

ନୂଆଦିଲ୍ଲୀ : ଗତ ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ବଲେନୋ କାର୍‌ଟି ସ୍କୁଟିରେ ଯାଉଥିବା ୨୦ ବର୍ଷୀୟା ଯୁବତୀ ଅଞ୍ଜଳିଙ୍କୁ ଧକ୍କା ଦେଇ ତାଙ୍କୁ ୧୪ କିମି ଯାଏ ଘୋଷାରି ନେଇଥିଲା। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିବାର ମାତ୍ର ତିନିଘଣ୍ଟା ଭିତରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୋଲି ଖବର ରହିଥିବା ବେଳେ ଦିଲ୍ଲୀ ପୁଲିସ ଆଜି ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।

ପୁଲିସ କହିଛି ଯାଞ୍ଚ ସମୟରେ ଜଣାପଡ଼ିଛି କି ଅଞ୍ଜଳିଙ୍କୁ ଧକ୍କା ଦେଇଥିବା କାରରେ ୫ଜଣ ନୁହେଁ ୭ଜଣ ବସିଥି‌ଲେ। କାର ମଦ ପିଇ ଦୀପକ ଚଲାଉଥିବା କୁହାଯାଉଥିବା ବେଳେ ବାସ୍ତବରେ କାର ଅମିତ ଚଲାଉଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ପୁଲିସ ଗିରଫ କରିଥିବା ବଳେ ଆଉ ୨ଜଣଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ତେବେ ଦୀପକ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ସେଥିରେ ମନୋଜ, ଅମିତ, ମିଥୁନ ଓ କୃଷ୍ଣା ପଛରେ ବସିଥିଲେ ବୋଲି କୁହାଯାଉଥିଲା। କିନ୍ତୁ ବାସ୍ତବରେ ଗାଡ଼ି ଅମିତ ଚଲାଉଥିଲା ବୋଲି ପ୍ରମାଣ ରହି ଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଅଭିଯୁକ୍ତ ରହିଛନ୍ତି। ଯାହାଙ୍କ ନାମ ଆଶୁତୋଷ ଓ ଅଙ୍କୁଶ ଖନ୍ନା ରହିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଜଣେ ଅମିତଙ୍କ ଭାଇ ଥିବା ବି କୁହାଯାଉଛି।

ସମ୍ବନ୍ଧିତ ଖବର