ଫେସ୍‌ବୁକ୍‌ ଲାଇଭ୍‌ କରି ରାସ୍ତାରେ ଦ୍ରୁତ ଗତିରେ ଚଳାଉଥିଲେ ବାଇକ୍‌, ସାଙ୍ଗମାନେ ଏପରି କରିବାକୁ ମନା କରିବାର କିଛି କ୍ଷଣ ପରେ ଘଟିଗଲା ଅଘଟଣ

କାଙ୍କେର୍‌(ଛତିଶଗଡ଼) : ଅନେକ ସମୟରେ ଫେସ୍‌ବୁକ୍‌ ଲାଇଭ୍‌ କରିବା ବା ସେଲ୍‌ଫି ନେବା ଯୁବପିଢ଼ିଙ୍କୁ ମହଙ୍ଗା ପଡ଼ିଛି । ଏମିତି ଅଘଟଣ ବାରମ୍ବାର ଘଟୁଥିବା ବେଳେ ସରକାର କିଛି ବିପଦ ସଙ୍କୁଳ ସ୍ଥାନରେ ସେଲ୍‌ଫି ନ ନେବା ପାଇଁ ମଧ୍ୟ କଡ଼ା ନିୟମ ବନାଇଛନ୍ତି । ଏତେ ସବୁ ପରେ ବି ଲୋକମାନେ ସଚେତନ ହେବାର ନାଁ ଧରୁ ନାହାନ୍ତି । ଛତିଶଗଡ଼ର କାଙ୍କେର୍‌ରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ଦୁଇ ଜଣ ସାଙ୍ଗ ଦୁଇ ଚକିଆ ଯାନରେ ହାଇେଓ୍ଵରେ ଯାଉଥିବା ବେଳେ କରୁଥିବା ଫେସ୍‌ବୁକ୍‌ ଲାଇଭ୍‌ ଭିଡ଼ିଓ ତାଙ୍କ ଜୀବନର ଶେଷ ଭିଡ଼ିଓ ପାଲଟି ଯାଇଛି ।

ଲାଇଭ୍‌ ଭିଡ଼ିଓ କରିବା ସମୟରେ ସେମାନଙ୍କ ଫେସ୍‌ବୁକ୍‌ ସାଙ୍ଗ ଏପରି ନ କରିବା ପାଇଁ ମଧ୍ୟ ବାରଣ କରିଥିଲେ । କିନ୍ତୁ ଦୁଇ ଜଣ କାହା କଥା ନ ଶୁଶି ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଲାଇଭ୍‌ ଭିଡ଼ିଓ ବନାଇଥିଲେ । କିଛି ସମୟ ପରେ ଦୁଇ ଜଣଙ୍କ ଗାଡ଼ି ଏକ ବସ୍‌ ପଛପଟେ ପିଟି ହୋଇଯାଇଥିଲା । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Tribune India

ସୂଚନା ମୁତାବକ, ରବିବାର ଜଗ୍‌ଦଲପୁରରେ ରହୁଥିବା ମୁରଲୀ ନିଷାଦ ନିଜ ସାଙ୍ଗ ମନୀଷ କୁମାରକୁ ନେଇ ଘରୁ ବାହାରିଥିଲେ । କିଛି ବାଟ ଯିବା ପରେ ଦୁଇ ଜଣ ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡ଼ିଓ କରିବା ଆରମ୍ଭ କରିଥିଲେ । ରାସ୍ତା ଉପରୁ ସଂପୂର୍ଣ୍ଣ ଧ୍ୟାନ ହଟାଇ ଦୁଇ ଜଣ ଲାଇଭ୍‌ ଭିଡ଼ିଓ କରିବାରେ ବ୍ୟସ୍ତ ରହିଥିଲେ । ସମସ୍ତଙ୍କ ମନା କରିବା ପରେ ମଧ୍ୟ ସେ କାହା କଥା ଶୁଣି ନଥିଲେ, ଯାହାର କିଛି ସମୟରେ ଘଟି ଯାଇଥିଲା ଦୁର୍ଘଟଣା ।

ସମ୍ବନ୍ଧିତ ଖବର