ଦିଲ୍ଲୀର ‘କ‌ନ୍ନାଟ ପ୍ଲେସ୍‌ ’ବିଶ୍ବର ନବମ ସର୍ବାଧିକ ବ୍ୟୟବହୁଳ କାର୍ଯ୍ୟାଳୟ ସ୍ଥଳ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ‘କନ୍ନାଟ ପ୍ଲେସ୍‌’ (ସିପି) ବିଶ୍ବର ନବମ ସର୍ବାଧିକ ବ୍ୟୟବହୁଳ କାର୍ଯ୍ୟାଳୟ ଅଂଚଳ। ପ୍ରତି ସ୍କୋୟାର ଫୁଟ୍‌ ପାଇଁ ଏଠାରେ ବାର୍ଷିକ ପ୍ରାୟ ୧୪୪ ଆମେରିକୀୟ ଡଲାର ଭଡ଼ା ପଡ଼ୁଛି। ସିପି ଜାତୀୟ ରାଜଧାନୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ। ଗତ ବର୍ଷ ମଧ୍ୟ ଏହା ବିଶ୍ବର ନବମ ସର୍ବାଧିକ ବ୍ୟୟବହୁଳ କାର୍ଯ୍ୟାଳୟ ସ୍ଥଳ ଥିଲା ବୋଲି ଜଣାପଡ଼ିଛି। ତେବେ ଦ୍ବିତୀୟ ବର୍ଷ ପାଇଁ ହଂକଂର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ସ ବିଶ୍ବର ସର୍ବାଧିକ ମୁଲ୍ୟବାନ୍‌ ବଜାର ଭାବେ ଶୀର୍ଷ ସ୍ଥାନରେ ରହିଛି। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଏବଂ ନରିମାନ ପଏଣ୍ଟ୍‌ ସିବିଡି ବିଶ୍ବର ସର୍ବାଧିକ ମୂଲ୍ୟବାନ୍‌ ଅଫିସ୍‌ ସ୍ଥଳ ତାଲିକାରେ ଯଥାକ୍ରମେ ୨୭ ଏବଂ ୪୦ ସ୍ଥାନକୁ ଖସି ଆସିଛି। ଏବେ ବାନ୍ଦ୍ରା କୁର୍ଲାର ବାର୍ଷିକ ଭଡ଼ା ପ୍ରତି ସ୍କୋୟାରଫୁଟ୍‌ ୯୦.୬୭ ଆମେରିକୀୟ ଡଲାର ରହିଛି। ନରିମାନ ପଏଣ୍ଟ୍‌ର ସିବିଡିର ଭଡ଼ା ପ୍ରତି ସ୍କୋୟାର ଫୁଟ୍‌ ଅନୁଯାୟୀ ୬୮.୩୮ ଆମେରିକୀୟ ଡଲାର ରହିଛି। ଦିଲ୍ଲୀ ଏବେ ଏକ ପ୍ରଧାନ ବଜାରରେ ପରିଣତ ହୋଇଛି। ବିଶ୍ବର ସର୍ବାଧିକ ୧୦ ମୂଲ୍ୟବାନ୍‌ ବଜାର ମଧ୍ୟରେ ଏହା ରହୁଛି।

ସମ୍ବନ୍ଧିତ ଖବର