କନୌଜ: ଉତ୍ତରପ୍ରଦେଶର କନୌଜଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ନେଇ ଖବର ଆସିଛି । ବସରେ ୪୦ ଜଣ ଯାତ୍ରୀ ଥିଲେ, ତେବେ ଦୁର୍ଘଟଣାରେ ୮ ଜଣ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି । ଆଜି ଦ୍ୱିପହର ସମୟରେ କନୌଜ ଜିଲ୍ଲା ସକରାବା ଥାନା ଅଞ୍ଚଳରେ ଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ହାଇଓ୍ୱେରେ ଏହି ଦୁର୍ଘଟଣା ଘଟିଛି।
ତେବେ ଏହି ସମୟରେ ୟୁପିର ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଯାଉଥିବାବେଳେ, ହଠାତ୍ ଅଟକି ଯାଇଥିଲେ । ଆଉ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି।
ଏକ ସ୍ଲିପର୍ ବସ୍ ଏକ ଟ୍ରକ୍ରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ସୁଦ୍ଧା ସଡ଼କ ଫାଙ୍କା ହୋଇଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/06/0bYfDITHHpPwhAb8siot.jpg)