ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବଙ୍ଗରମାଉ ଅଞ୍ଚଳର କବୀରପୁର ଗାଁର ବାସିନ୍ଦାଥିବା ସ୍ୱାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଇ ବୁଡ଼ି ଯାଇଥିଲେ। ଏହି ଘଟଣାକୁ ୬ଦିନ ବିତି ଯାଇଥିଲେ ମଧ୍ୟ ବନାରସ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ନିର୍ଦ୍ଦେଶକ ଆଦିତ୍ୟବର୍ଦ୍ଧନ ସିଂହ ଓରଫ ଗୌରବଙ୍କ କୌଣସି ପତ୍ତା ମିଳି ପାରୁ ନାହିଁ।

Advertisment

ଆଦିତ୍ୟବର୍ଦ୍ଧନ ସିଂହ ନାରସରେବ କାର୍ଯ୍ୟରତ ଥିବା ବେଳେ ତାଙ୍କ ପୁରା ପରିବାର ଲକ୍ଷ୍ମୌରେ ବସବାସ କରୁଥିଲେ। ଗତ ସପ୍ତାହରେ ଗୌରବ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ମିଶି ଲକ୍ଷ୍ନୌର ନାନାମାଉ ଅଞ୍ଚଳରେ ଥିବା ଗଙ୍ଗା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ମଜାମସ୍ତି କରି ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସି ଯିବାରୁ ‌ସେ ବୁଡ଼ି ଯାଇଥି‌ଲେ। 

ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ବୁଡାଲିଙ୍କୁ ସ୍ୱାସ୍ଥ୍ୟ ଉପ-ନିର୍ଦ୍ଦେଶକଙ୍କ ସାଙ୍ଗମାନେ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବୁଡ଼ାଲି ଜଣକ ଅଧିକାରୀଙ୍କୁ ପାଣି ଭିତରୁ ଉଦ୍ଧାର ପାଇଁ ୧୦,୦୦୦ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ଏସିପି ଅଜୟ କୁମାର ଦ୍ବିବେଦୀ ସ୍ଥାନୀୟ ବୁଡ଼ାଇଙ୍କୁ ପଚରା ଉଚରା ପାଇଁ ଡାକିଥିଲେ। ଏହି ସମୟରେ  ସେ କହିଥିଲେ, ‘ମୁଁ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଟଙ୍କା ମାଗି ନଥିଲି। ଯେତେବେଳେ ଡେପୁଟି ନିର୍ଦ୍ଦେଶକ ଆଦିତ୍ୟବର୍ଦ୍ଧନ ସିଂହ ବୁଡ଼ି ଯିବା ଖବର ପାଇଥିଲି ମୁଁ ସ‌ଙ୍ଗେସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲି। ଅନେକ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ନପାଇବାରୁ ମୋ ଡଙ୍ଗାରେ ନଦୀ ଭିତରକୁ ଯିବାକୁ ସ୍ଥିର କରିଥିଲି। ସେତେବେଳେ ମୋ ଡଙ୍ଗାରେ ତେଲ ନଥିଲା ତେଣୁ ମୁଁ ତେଲ କିଣିବାକୁ ୧୦ ହଜାର ଟଙ୍କା ମାଗିଥିଲି। ଯାହାକୁ ମୁଁ ପରେ ଫେରାଇ ବି ଦେଇଥିଲି।’

ଏସିପି ଅଜୟ କୁମାର କହିଛନ୍ତି, ‘ଆଦିତ୍ୟବର୍ଦ୍ଧନ ସିଂହଙ୍କ ପରିବାର ପକ୍ଷରୁ ସ୍ଥାନୀୟ ବୁଡ଼ାଳିଙ୍କ ବିରୋଧରେ କିଛି ଅଭିଯୋଗ କରାଯାଇ ନାହିଁ। ତେଣୁ ତାଙ୍କୁ ଛାଡ଼ି ଦିଆଯାଇଛି। ସିଂହଙ୍କ ଦୁଇଜଣ ସମ୍ପର୍କୀୟ ଘାଟରେ ଜଗି ବସିଥିବା ବେଳେ ଅନ୍ୟମାନେ ନିଜ ଗ୍ରାମକୁ ଫେରି ଯାଇଛନ୍ତି।’