ନୂଆଦିଲ୍ଳୀ: ପହଲଗାମ୍ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ୍ ଦ୍ବିବେଦୀଙ୍କ ପତ୍ନୀ ଏବଂ ତାଙ୍କ ପରିବାର ଲୋକ ଆଜି କାନପୁର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହି କାରରଣରୁ ପରିବାରର ଲୋକମାନେ ଶ୍ୟାମ୍ସୁନ୍ଦର ସ୍ଥିତ ତାଙ୍କ ଘରୁ ଚକେରୀ ବିମାନବନ୍ଦନର ପାଇଁ ବାହାରି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିହାରର କାରାକଟରୁ ଜନସଭା ଶେଷ କରି କାନପୁର ପାଇଁ ବାହାରି ସାରିଛନ୍ତି।
ପ୍ରାପ୍ତ ସୂଚନା ମୁତାବକ, ଶୁଭମ୍ ଦ୍ବିବେଦୀଙ୍କ ମାଆ ସୀମା, ବାପା ସଞ୍ଜୟ ଏବଂ ପତ୍ନୀ ଐଷ୍ଣ୍ୟାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଚକେରୀ ବିମାନବନ୍ଦରରେ ଭେଟ ହେବେ। ଜିଲ୍ଲା ପ୍ରଶାସନ ଗାଡ଼ିରେ ପରିବାର ସମସ୍ୟାମାନେ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବେ। ଯେଉଁଠାରେ ବିଶେଷ ବିମାନ ଯୋଗେ ବିମାନବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ।
ଉଲ୍ଲେଖଯୋଗ୍ୟ, କାନପୁରର ଶୁଭମ ଦ୍ୱିବେଦୀ ନୂଆ କରି ବୈବାହିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ କିଏ ଜାଣିଥିଲା ​​ଯେ ମାତ୍ର ଦୁଇ ମାସ ପରେ ଏହି ହସ ଲୁହର ବନ୍ୟାରେ ପରିଣତ ହେବ ଏବଂ ଶୁଭମଙ୍କ ହସୁ ହସ ମୁହଁ ଆତଙ୍କବାଦୀଙ୍କ ଗୁଳିର ଲକ୍ଷ୍ୟ ପାଲଟିବ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା କାନପୁରର ଶୁଭମ ଦ୍ୱିବେଦୀଙ୍କ ଭାଇ କହିଛନ୍ତି ଯେ, "ଶୁଭମ, ଐଷ୍ଣ୍ୟା ଭାଉଜ ଓ ଆମ ପରିବାର କଶ୍ମୀର ବୁଲିବାକୁ ଯାଇଥିଲୁ। ପରିବାରର ବାକି ଲୋକ ଅଲଗା ଥିବା ବେଳେ ଶୁଭମ ଓ ଐଷ୍ଣ୍ୟା ଭାଉଜ ମ୍ୟାଗି ଖାଇବାକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଶୁଭମଙ୍କୁ କହିଥିଲେ ଯେ ଯଦି ସେ ଜଣେ ମୁସଲମାନ, ତେବେ ସେ କଲମା ପଢ଼ି ସେମାନଙ୍କୁ ଶୁଣାନ୍ତୁ। ଯେତେବେଳେ ଶୁଭମ ଏହା କରିପାରିନଥିଲେ। ସେ ତାଙ୍କ ମୁଣ୍ଡକୁ ଗୁଳିମାରିଥିଲେ। ଏହା ଦେଖି ଯେତେବେଳେ ଐଷ୍ଣ୍ୟା ଭାଉଜ କହିଲେ, ମୋତେ ମଧ୍ୟ ମାରିଦିଅ। କାପୁରୁଷ ଆତଙ୍କବାଦୀମାନେ ଭାଉଜଙ୍କ ମୁଣ୍ଡରେ ବନ୍ଧୁକ ରଖି କହିଲେ ଯେ, ତୁମକୁ ମାରିବୁ ନାହିଁ। ଆମେ କ’ଣ କରିଛୁ, ତୁମର ମୋଦୀ ସରକାରଙ୍କୁ ଯାଇ କୁହ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/30/iYy85hQh7IAxuu02xbgC.jpg)