ଭାରତରେ ନିର୍ମାଣ ହେଲା ୧ ମିନିଟରେ ୬୦୦ ଗୁଳି ବର୍ଷାଉଥିବା ବନ୍ଧୁକ

କାନପୁର: ଭାରତୀୟ ସେନାର ଯବାନ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଆହୁରି ସଶକ୍ତ କରିବାକୁ ଭାରତରେ ପ୍ରସ୍ତୁତ ହୋଇଛି ଘାତକ ହତିଆର | କାନପୁରର ସ୍ମଲ ଆର୍ମସ ଫ୍ୟାକ୍ଟ୍ରି ଶତ୍ରୁଙ୍କ ନିଦ ହଜାଇବାକୁ ମାରାତ୍ମକ ହତିଆର ପ୍ରସ୍ତୁତ କରିଛି। ଏଲଏମଜି ବେଲ୍ଟଫେଲଟ ନାମରେ ନାମିତ ଏହି ବନ୍ଧୁକର ବଡ ବିଶେଷତ୍ୱ ହେଉଛି ଯେ ଏହା ଏକ ମିନିଟରେ ୬୦୦ ଗୁଳି ଫାୟାରିଂ କରିପାରେ | ସ୍ମଲ ଆର୍ମସ ଫ୍ୟାକ୍ଟ୍ରି(SAF) ଏବଂ ADR ପୁଣେ ଏହାକୁ ଏକତ୍ର ଭାବେ ପ୍ରସ୍ତୁତ କରିଛନ୍ତି |

ଏହି ବନ୍ଧୁକଟିର ବିଶେଷତା ହେଉଛି ଏହାର ଗୁଳି। ପୂର୍ବରୁ ସମସ୍ତ ଲାଇଟ ମେସିନ ଗନ ବା ଏଲଏମଜିରେ ମାଗାଜିନ ସଂଯୋଗ କରାଯାଉଥିବାବେଳେ ଏଥିରେ ଗୁଳିବେଲ୍ଟ ଲଗାଯାଇଛି | ପ୍ରତିଟି ବେଲ୍ଟରେ ୫୦ ଟି ବୁଲେଟ୍ ଥିବାବେଳେ ଏହାକୁ ସିଙ୍ଗଲ୍ ସଟ୍ ଏବଂ ସ୍ୱୟଂଚାଳିତ ସଟରେ ମଧ୍ୟ ଗୁଳି କରାଯାଇପାରିବ | ସିଙ୍ଗଲ୍ ସଟରେ ଗୋଟିଏ ଗୁଳି ବାହାରିବାର ବ୍ୟବସ୍ଥା ଥିବାବେଳେ ସ୍ୱୟଂଚାଳିତ ସଟରେ ସ୍ୱୟଂଚାଳିତ ଟ୍ରିଗରକୁ ଦବାଇବା ସମୟରେ ୫୦ଟି ଗୁଳି ଏକାସାଙ୍ଗରେ ବାହାରିବ |

ଅର୍ଥାତ ୧ ମିନିଟରେ ଏହି ବନ୍ଧୁକରୁ ୬୦୦ଟି ଗୁଳି ଫାୟାରିଂ କରାଯାଇପାରିବ | ତେବେ ଏହି ଗୁଳିର କ୍ଷମତା ୮୦୦ ମିଟର ଯାଏଁ ଥିବାବେଳେ ବିଭିନ୍ନ ପରୀକ୍ଷଣରେ ଏହାକୁ ପରୀକ୍ଷା କରାଯାଇଛି। ଏହି ବନ୍ଧୁକର ଓଜନ ପ୍ରାୟ ୯.୭ କିଲୋଗ୍ରାମ ଥିବାବେଳେ ଯାହାକୁ ଟ୍ରାଇପଡ଼ ମାଧ୍ୟମରେ ମଧ୍ୟ ସଂଯୋଗ କରାଯାଇପାରିବ | ତେବେ ଏହି ବନ୍ଧୁକର ସଫଳ ପରୀକ୍ଷା ସରିଥିବାବେଳେ ଏହା କେବେ ଭାରତୀୟ ସେନାରେ ନିୟୋଜିତ ହେବ ତାହା ଦେଖିବାକୁ ବାକି ରହିଲା |

ସମ୍ବନ୍ଧିତ ଖବର