ଉଦାହରଣ ସୃଷ୍ଟି କଲେ ବରିଷ୍ଠ ପୁଲିସ ଅଧିକାରୀ, ସର୍ବସାଧାରଣରେ ମାସ୍କ ପିନ୍ଧି ନଥିବାରୁ ନିଜର ଚାଲାଣ କାଟିଲେ 

କାନପୁର: କରୋନା ମହାମାରୀରୁ ବଂଚିବା ପାଇଁ ସରକାର ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରିଛନ୍ତି | ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ବୋଲି ସରକାର ଚେତାଇ ଦେଇଛନ୍ତି | ତେବେ ସରକାରଙ୍କ ଏହି ନିୟମ ଭାଙ୍ଗିଥିବାରୁ ନିଜ ଭୁଲ ମାନି ନିଜ ଆଡୁ ଜରିମାନା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି କାନପୁରର ଆଇଜି ମୋହିତ ଅଗ୍ରୱାଲ | ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବାରୁ ସେ ଜରିମାନା ଦେଇଥିବା ଜଣା ପଡିଛି |

ସୂଚନା ମୁତାବକ, ବରିଷ୍ଠ ପୁଲିସ ଅଧିକାର ଭୁଲବଶତଃ ମାସ୍କ ନପିନ୍ଧି ବାହାରକୁ ଚାଲିଯାଇଥିଲେ | ଫେରିବା ପରେ ସେ ନିଜ ଭୁଲ ପାଇଁ ନିଜକୁ ଦଣ୍ଡ ଦେବା ପାଇଁ ନିଷ୍ପତି ନେଇଥିଲେ | ଏ ନେଇ ସେ ବାରା ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଧିକାରୀ(ଏସଏଚଓ) ରଣଜିତ ସିଂଙ୍କୁ ମାସ୍କ ନ ପିନ୍ଧି ବାହାରକୁ ଯାଇଥିବାରୁ ଚାଲଣ କାଟିବାକୁ କହିଥିଲେ | ଏସଏଚଓ ଜରିମାନା ରସିଦ ପ୍ରସ୍ତୁତ କରି ବରିଷ୍ଠ ଅଧିକାରୀ ମୋହିତ ଅଗ୍ରୱାଲଙ୍କୁ ଦେବା ପରେ ସେ ୧୦୦ଟଙ୍କା ଜରିମାନା ଦେଇଥିଲେ ବୋଲି ଜଣା ପଡିଛି |

Coronavirus scare: Man beaten up for not wearing mask, sneezing in ...
India TV

ଶ୍ରୀ ଅଗ୍ରୱାଲଙ୍କ କହିବା ମୁତାବକ, ସେ ଶୁକ୍ରବାର ଯାଞ୍ଚ ପାଇଁ ବାରା ଯାଇଥିଲେ ଏବଂ ମାସ୍କ ବିନା ତାଙ୍କ ଗାଡିରୁ ବାହାରିଥିଲେ। ଯାଞ୍ଚ ବେଳେ ସର୍କଲ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିବା ସମୟରେ ନିଜ ଭୁଲକୁ ବୁଝିପାରିଥିଲେ | ଏହା ପରେ ସେ ଗାଡିରୁ ତୁରନ୍ତ ମାସ୍କ ବାହାର କରି ପିନ୍ଧିଥିଲେ | କିନ୍ତୁ ପରେ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ଜଣାଇବାକୁ ଯାଇ ଏସଏଚଓଙ୍କୁ ଚାଲାଣ କାଟିବାକୁ କହିଥିଲେ |

ସମ୍ବନ୍ଧିତ ଖବର