କାନପୁର : କାନପୁର ହିଂସା ଉପରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଜାଣିବାକୁ ପାଇଛି ଯେ କାନପୁର ହିଂସା ସମୟରେ ଯେଉଁମାନେ ଟେକାପଥର ଫିଙ୍ଗା କାମ କରୁଥିଲେ, ସେମାନେ ତାହା ନିଜ ଇଚ୍ଛାରେ କରୁ ନ ଥିଲେ। ସେମାନଙ୍କୁ ତାହା କରିବା ପାଇଁ ତାଲିମ ଦିଆଯାଇଥିଲା ଏବଂ ଟଙ୍କା ବି ଦିଆଯାଇଥିଲା। ଯଦି ଧରା ପଡ଼ନ୍ତି ଆଇନ ପଞ୍ଝାରୁ ମୁକୁଳାଇବା ପାଇଁ ମାଗଣାରେ ଓକିଲ ଆଦି ନିଯୁକ୍ତି ଦିଆଯିବ ବୋଲି ବି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏସ୍ଆଇଟି ମଙ୍ଗଳବାର ଜୁନ୍ ୩ର କାନପୁର ହିଂସା ବାବଦରେ କୋର୍ଟରେ ଏକ ବିସ୍ତୃତ ରିପୋର୍ଟଉପସ୍ଥାପନ କରିଛି।
ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ମନ୍ତବ୍ୟକୁ ନେଇ ଗତମାସରେ କାନପୁରର ସବୁଠାରୁ ବଡ଼ ପାଇକାରୀ ବଜାର ପରେଡ୍ ମାର୍କେଟକୁ ସ୍ଥାନୀୟ ଏକ ସଂଗଠନ ପକ୍ଷରୁ ବନ୍ଦ କରିବାକୁ ଆହ୍ବାନ ଦିଆଯିବା ପରେ ପ୍ରବଳ ଟେକାପଥର ମାଡ଼ ହୋଇଥିଲା। ପବ୍ଲିକ୍ ପ୍ରସିକ୍ୟୁଟର ଦିନେଶ ଅଗ୍ରୱାଲଙ୍କ ଦ୍ବାରା ଏନେଇ କୋର୍ଟରେ କେସ୍ ଡାଇରି ଉପସ୍ଥାପନ କରାଯାଇଛି। ଏସ୍ଆଇଟିର ତଦନ୍ତ ଅନୁସାରେ ଦୁର୍ବୃତ୍ତମାନଙ୍କୁ ହିଂସା ଭିଆଇବା ପାଇଁ ଟଙ୍କା ଦିଆଯାଇଥିଲା। ଯେଉଁମାନେ ଟେକାପଥର ପକାଇଥିଲେ ସେମାନଙ୍କୁ ଜଣ ପିଛା ୫୦୦ରୁ ୧୦୦୦ ଟଙ୍କା ଏବଂ ଯେଉଁମାନେ ପେଟ୍ରୋଲ ବୋମା ପକାଇଥିଲେ ସେମାନଙ୍କୁ ଜଣ ପିଛା ୫୦୦୦ ଟଙ୍କା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/kanpur-v.jpg)