ନୂଆଦିଲ୍ଲୀ: କାନପୁର ହିଂସାର ମାଷ୍ଟରମାଇଣ୍ଡ ଜଫର ହୟାତ୍ ଗିରଫବିଜେପିର ଜଣେ ମୁଖପାତ୍ର ମହାପୁରୁଷ ମହମ୍ମଦଙ୍କ ବିଷୟରେ ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉତ୍ତରପ୍ରଦେଶର କାନପୁରରେ ସଂଘଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୩୬ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏବେ ଉତ୍ତରପ୍ରଦେଶର କାନପୁରରେ ହିଂସା ସୃଷ୍ଟି କରିବା ମାମଲାରେ ପୁଲିସ ମାଷ୍ଟରମାଇଣ୍ଡ ଜଫର ହୟାତ୍ ହାଶମୀଙ୍କୁ ଗିରଫ କରିଛି। ଏହି ଘଟଣାରେ ପୁଲିସ ଦ୍ୱାରା ୩ଟି ଏତଲା ପଞ୍ଜିକୃତ ହୋଇଛି।

Advertisment

୩୬ ଜଣ ନାମିତ ଏବଂ ୧୫୦୦ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ପୁଲିସର ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ଜଫର ହୟାତ୍ ହାଶମୀ ଫେସବୁକ୍ ପୋଷ୍ଟ ମାଧ୍ୟମରେ କାନପୁରରେ ବଜାର ବନ୍ଦ କରିବା ଏବଂ ଜେଲ୍ ଭରିବା ଆନ୍ଦୋଳନ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଅତିରିକ୍ତ ପୁଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀ କହିଛନ୍ତି ଯେ, ଏହି ଘଟଣା ସହ ଜଡ଼ିତ ୧୮ଜଣଙ୍କୁ ଗିରଫ କରାଯାଇଛି  ଏବଂ କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ଆମେ ଦିନରାତି ଏହାକୁ ତଦାରଖ କରୁଛୁ।

ସୂଚନା ମୁତାବକ, ନିକଟ ଅତୀତରେ ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଏକ ଟେଲିଭିଜନ୍‌ ଚାନେଲ୍‌ରେ ସମ୍ବାଦ ବିତର୍କ ଚାଲିଥିବା ବେଳେ ବିଜେପିର ମୁଖପାତ୍ରୀ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ବଜାର ବନ୍ଦ କରିବାକୁ କହିବାରୁ ଶୁକ୍ରବାର ନମାଜ ପରେ କାନପୁରରେ ଦୁଇ ଗୋଷ୍ଠୀର ବ୍ୟକ୍ତିମାନେ ସଂଘର୍ଷ କରି ପରସ୍ପର ଉପରକୁ ଟେକାପଥର ପକାଇଥିଲେ।