ଡେରାଡୁନ୍: ଆଗାମୀ ୧୧ ତାରିଖରୁ ଆରମ୍ଭ ହୋଇଯିବ ଶ୍ରାବଣ ମାସ। କାଉଡିଆମାନେ ପାଣିଭାର ନେବାକୁ ପ୍ରସ୍ତୁତ ହେଲେଣି। ଆଗାମୀ ୧୪ରେ ଶ୍ରାବଣର ପ୍ରଥମ ସୋମବାର । ମହାଦେବଙ୍କଠି ଜଳାଭିଷେକ କରିବା ପାଇଁ କାଉଡିଆ ପାଣିଭାର ନେବେ । ବିଭିନ୍ନ ଶୈବ ପିଠରେ ଲାଗିବ ଭିଡ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପିଠମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ ସ୍କୁଲ ଏବଂ କଲେଜ୍ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍ କ୍ଲାସ ଚାଲିବ ।
କାଉଡିଆ ଯାତ୍ରା ସମୟରେ ଭିଡ ରହିବ ଏବଂ ରାସ୍ତା ବନ୍ଦ ରହିବ। ଯେଉଁଥିପାଇଁ ସରକାରୀ, ବେସରକାରୀ, ଉଚ୍ଚ ଶିକ୍ଷା ସଂସ୍ଥା, ଅଙ୍ଗନୱାଡି କେନ୍ଦ୍ର ୧୪ ରୁ ୨୩ ଜୁଳାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ତେବେ ଏଠି କହି ରଖୁଛୁ ଯେ, ହରିଦ୍ବାରରୁ କାଉଡିଆ ଯାତ୍ରା ପାଇଁ ମୁଖ୍ୟ ରାସ୍ତା ଋଷିକେଶ ଅଭିମୁଖେ ଯାଏ । ଏଠାରୁ ସମସ୍ତ କାଉଡିଆ ନୀଳକଣ୍ଠ ମହାଦେବ ମନ୍ଦିର ଏବଂ ଅନ୍ୟାନ୍ୟ ଶିବ ମନ୍ଦିର ଦର୍ଶନ କରିବା ପରେ ଆଗକୁ ବଢ଼ିଥାନ୍ତି ।
ଏହା ବ୍ୟତୀତ କିଛି କାଉଡିଆ ହରିଦ୍ୱାର ଦେଇ ବାଗପତର ପୂରା ମହାଦେବ ମନ୍ଦିରକୁ ମଧ୍ୟ ଯାଇଥାନ୍ତି । ଏହି କାରଣରୁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ । କାଉଡିଆ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ, ହରିଦ୍ୱାରରେ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/10/new-project-4-2025-07-10-19-36-56.jpg)