ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାକୁ ଧମକ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି ଭାରତର ମହାନ ଅଲରାଉଣ୍ଡର୍ କପିଳ ଦେବ। ସେ କହିଛନ୍ତି ଯେ ଏପରି ପଦକ୍ଷେପ ପାକିସ୍ତାନ କ୍ରିକେଟ୍କୁ ତଳିତଳାନ୍ତ କରିଦେବ, କେହି ସେମାନଙ୍କୁ ମନେ ପକାଇବେ ନାହିଁ ।
୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ କହିଛନ୍ତି, "ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି ? ଯଦି ଖେଳାଳିମାନେ ନେଇଛନ୍ତି ତେବେ ସେମାନେ ଆଗକୁ ଆସି କହିବା ଉଚିତ୍। କିନ୍ତୁ ବୋର୍ଡ କହିବ ଯେ ଖେଳାଳିମାନେ ଖେଳିବେ ନାହିଁ ତେବେ ଦେଶର ସମ୍ମାନ ପ୍ରଭାବିତ ହେବ। ଏହା ପାକିସ୍ତାନ (କ୍ରିକେଟ୍) ପାଇଁ ଭଲ ହେବନି। ତୁମେମାନେ ଗୋଟିଏ ପିଢିକୁ ନଷ୍ଟ କରିଦେଉଛ। ପାକିସ୍ତାନ କ୍ରିକେଟ୍କୁ ଅନେକ ମହାନ ଖେଳାଳି ଦେଇଛି। କିନ୍ତୁ ଯଦି ପିଲାମାନଙ୍କୁ ଖେଳିବାକୁ ଦିଆନଯିବ, ତେବେ ଗୋଟିଏ ପିଢିକୁ ନଷ୍ଟ କରାଯାଉଛି ଓ ଖେଳକୁ ନଷ୍ଟ କରାଯାଉଛି। ତୁମେ ନିଜ ଖେଳାଳିଙ୍କ ପ୍ରତି ଅନ୍ୟାୟ କରୁଛ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସରଗରମ ଚର୍ଚ୍ଚା ଥମିବା ପରେ ପ୍ରସଂଶକମାନେ ଚାଲିଯିବେ, ଭାବାବେଗ ପ୍ରଭାବିତ ହେବ। ପରେ ଲୋକମାନେ ଏସବୁ କଥା ଭୁଲିଯିବେ, ପାକିସ୍ତାନକୁ କେହି ମନେ ପକାଇବେ ନାହିଁ ଓ ଆଗକୁ ବଢିଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/03/new-project-18-2026-02-03-22-32-46.jpg)