ସାହିନବାଗରେ ଗୁଳି ଚଳାଇଥିବା କପିଲ ଗୁଜ୍ଜରକୁ ଜାମିନ

ନୂଆଦିଲ୍ଲୀ : ସାହିନବାଗ ଆନ୍ଦୋଳନସ୍ଥଳୀରେ ଗୁଳିଚଳାଇଥିବା କପିଲ ଗୁଜ୍ଜରକୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାର ଜାମିନକୁ ଦିଲ୍ଲୀ ପୁଲିସ ବିରୋଧ କରିଥିଲା ।

ଦିଲ୍ଲୀର ଦାଲୁ ପୁରା ଅଞ୍ଚଳର ଅଧିବାସୀ କପିଲ ଗତ ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀର ସାହିନବାଗରେ ହେଉଥିବା ଆନ୍ଦୋଳନ ସ୍ଥାନରେ ପହଞ୍ଚି ଦୁଇଥର ଫାଙ୍କା ଗୁଳିଚାଳନା କରିଥିଲା । ଏହାପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା । ଜେରା ବେଳେ ସେ କହିଥିଲା ଯେ ଏହି ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ବନ୍ଦ ହେବା ଯୋଗୁଁ ଲୋକମାନଙ୍କ ପାଇଁ ଭୀଷଣ ଅସୁବିଧା ହେଉଛି । ସେ ନିଜେ ମଧ୍ୟ ହଇରାଣ ହେଉଥିବା ସେ କହିଥିଲା । ସେ ଆହୁରି ମଧ୍ୟ କହିଥିଲା ଯେ ଏହି ଦେଶରେ ହିନ୍ଦୁମାନେ ଯାହା ଚାହିଁବେ ତାହା ହେବ ।

ପରେ ଦିଲ୍ଲୀ ପୁଲିସ ଦାବି କରିଥିଲା ଯେ ଏହି ଯୁବକ ଆମ ଆଦମି ପାର୍ଟି (ଆପ)ର ସଦସ୍ୟ ଥିଲା । କପିଲର ମୋବାଇଲ ଫୋନରୁ ମିଳିଥିବା କେତେକ ଫଟୋରୁ ସେ ଆପର ସଦସ୍ୟ ବୋଲି ପୁଲିସ କହିଥିଲା । ଏସବୁ ଫଟୋରେ ସେ ଆପର ବରିଷ୍ଠ ନେତା ସଂଜୟ ସିଂଙ୍କ ସହ ଥିବା ଦେଖାଯାଇଛି । କପିଲ ଓ ତା ବାପା ଗତ ବର୍ଷ ଆପରେ ଯୋଗ ଦେଇଥିଲେ ବୋଲି ପୁଲିସ କହିଥିଲା ।

ସମ୍ବନ୍ଧିତ ଖବର