ସ୍ମୃତି ଇରାନୀଙ୍କୁ କପିଲ ଶର୍ମାଙ୍କ ସୁଟିଂ ସେଟକୁ ଯିବାକୁ ଦେଲେ ନାହିଁ ଗାର୍ଡ

ମୁମ୍ବାଇ: ଅନେକ ସେଲିବ୍ରିଟି ସିନେମାର ପ୍ରମୋସନ ପାଇଁ ହାସ୍ୟାଭିନେତା କପିଲ ଶର୍ମାଙ୍କ ସୋ’କୁ ଆସିଥାନ୍ତି। ଏହି କ୍ରମରେ ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ପୁସ୍ତକ ‘ଲାଲ ସଲାମ’ର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ।

ଏହି ସମୟରେ ଗେଟରେ ଥିବା ଗାର୍ଡ ସ୍ମୃତି ଇରାନୀଙ୍କୁ ଚିହ୍ନି ପାରି ନଥିଲେ। ଫଳରେ ତାଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ। ସୁଟିଂ ପାଇଁ ତାଙ୍କୁ ଡକାଯାଇଛି ବୋଲି କହିବା ପରେ ବି ଗାର୍ଡ କହିଥିଲେ ଏନେଇ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ସେ କାହାରିଙ୍କୁ ଭିତରକୁ ଛାଡ଼ି ପାରିବେ ନାହିଁ।

ଠିକ ଏତିକି ବେଳେ ଜଣେ ଫୁଡ୍ ଡେଲିଭରି ବ୍ୟକ୍ତି ସେଠାରେ ପହଞ୍ଚିଥିଲେ, ଗାର୍ଡ ତାଙ୍କୁ ନଅଟକାଇ ଭିତରକୁ ଛାଡ଼ି ଦେଇଥିଲେ। ଏହା ଦେଖି ସ୍ମୃତି ଇରାନୀ ରାଗିଯାଇ ସେଠାରୁ ଚାଲିଆସିଥିଲେ।

କପିଲ ଶର୍ମା ଏବଂ ପ୍ରଡକ୍ସନ ହାଉସ ଏହି ଘଟଣା ବିଷୟରେ ଜାଣିବା ପରେ ‌ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଲାଗିଥିଲା। ଏହାପରେ ସ୍ମୃତି ଇରାନୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ଲାଭ ହୋଇ ନଥିଲା।

ସମ୍ବନ୍ଧିତ ଖବର