ପି ଚିଦମ୍ବରମଙ୍କୁ ଜେଲ ପଠାଯିବାପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଲେ ଏହି କଥା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଜେଲ ପଠାଯିବାପରେ କେତେକ କଂଗ୍ରେସ ନେତା ଦୁଃଖ ପ୍ରକାଶ କରିଛନ୍ତି। ଏମାନଙ୍କଭିତରୁ ଜଣେ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ , ଯିଏ କି ପି ଚିଦମ୍ବରମଙ୍କ ଓକିଲ ମଧ୍ୟ। କପିଲ ସିବଲ ନିଜର ଟୁଇଟରରେ ମୌଳିକ ସ୍ବାଧୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କପିଲ ସିବଲ ଲେଖିଛନ୍ତି,‘ ଆମର ମୌଳିକ ସ୍ବାଧୀନତାକୁ କିଏ ରକ୍ଷା କରିବ? ସରକାର? ସିବିଆଇ?ଇଡି?ଆୟକର ଅଧିକାରୀ? ନ୍ୟାୟାଳୟ? ଯେଉଁଦିନ ନ୍ୟାୟାଳୟ ଇହି,ସିବିଆଇର କଥାକୁ ସତ ବୋଲି ମାନିବେ , ସେହି ଦିନ ଭଗବତୀଙ୍କଠାରୁ ଭେଙ୍କଟଚଲେୟାଙ୍କ ଯୁଗରେ ନିର୍ମିତ ସ୍ବାଧୀନତାର ସ୍ତମ୍ଭ ଭାଙ୍ଗିଯିବ। ସେ ଦିନ ଦୂରରେ ନାହିଁ।’

ଅପରପକ୍ଷରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲ ଯାଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଦେଶର ନ୍ୟାୟିକ ବ୍ୟବସ୍ଥା ସଂପର୍କରେ କିଛି ମତ ପୋଷଣ କରି ନଥିଲେ। ନ୍ୟାୟାଳୟର ନିଷ୍ପତ୍ତି ନେଇ ତାଙ୍କର ପ୍ରତିକ୍ରିୟାରେ କିଛି ନକହି ଚିଦାମ୍ବରମ କେବଳ କହିଥିଲେ ଯେ ତାଙ୍କର କେବଳ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ।

ସମ୍ବନ୍ଧିତ ଖବର