ନୂଆଦିଲ୍ଲୀ: ମେ ୧୬ ତାରିଖ ଦିନ ଦଳରୁ ଇସ୍ତଫା ଦେଇଥିବା କଂଗ୍ରେସର ପ୍ରଭାବଶାଳୀ ନେତା କପିଲ୍ ସିବଲ୍ ‘ସମାଜବାଦୀ ପାର୍ଟି’ର ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ସେ ନିଜେ କହିଛନ୍ତି।
ସାମ୍ବାଦିକମାନଙ୍କୁ ସିବଲ୍ କହିଛନ୍ତି: ମେ ୧୬ରେ ମୁଁ କଂଗ୍ରେସରୁ ଇସ୍ତଫା ଦେଇଥିଲି। ‘ସପା’ର ସହଯୋଗରେ ଜଣେ ସ୍ବାଧୀନ ପ୍ରାର୍ଥୀରୂପେ ମୁଁ ପ୍ରାଥୀପତ୍ର ଦାଖଲ କରିଛି। ଦେଶରେ ମୁଁ ସବୁବେଳେ ସ୍ବାଧୀନ ପ୍ରତିନିଧି ହେବାକୁ ଚାହିଁଛି। ସ୍ବାଧୀନ ପ୍ରତିନିଧି ହେବା ଗୁରୁତ୍ବପୂର୍ଣ୍ଣ କଥା। ବିରୋଧୀ ଦଳରେ ରହି ମୋଦୀ ସରକାରଙ୍କୁ ବିରୋଧ କରିବା ଭଳି ମେଣ୍ଟ ଗଠନ କରିବାକୁ ଚାହୁଁଛୁ।
ସେ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ‘ସପା’ର ମୁଖ୍ୟ ଅଖିଳେଶ ଯାଦବ ଏବଂ ସାଂସଦ ରାମଗୋପାଳ ଯାଦବ ଉପସ୍ଥିତ ଥିଲେ।
Image Courtesy of India Todayଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଆଜି କପିଲ୍ ସିବଲ୍ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ‘ସପା’ର ସମର୍ଥନରେ ସେ ରାଜ୍ୟସଭାକୁ ଯିବେ। ରାଜ୍ୟସଭାକୁ ଆହୁରି ଦୁଇଜଣ ମଧ୍ୟ ଯାଇ ପାରିବେ। କପିଲ୍ ସିବଲ୍ ହେଉଛନ୍ତି ଜେଣ ବରିଷ୍ଠ ଓକିଲ। ସଂସଦରେ ସୁନ୍ଦର କରି ସେ ତାଙ୍କର ମତ ଉପସ୍ଥାପନ କରିଛନ୍ତି। ସେ ନିଜର ଏବଂ ‘ସପା’ର ମତ ଉପସ୍ଥାପନ କରିବେ ବୋଲି ଆଶା।
ସ୍ମରଣଯୋଗ୍ୟ, ୨୦୧୭ ଜାନୁଆରି ପ୍ରାରମ୍ଭରେ ନିର୍ବାଚନ କମିସନରେ ସିବଲ୍ ଯୁକ୍ତି ବାଢ଼ିଥିଲେ କି, ଅଖିଳେଶ ‘ବାଇସାଇକ୍ଲ’ ସଙ୍କେତ ପାଇବା ଉଚିତ। ଶେଷରେ ଅଖିଳେଶ ହିଁ ସେହି ନିର୍ବାଚନୀ ସଙ୍କେତ ପାଇଥିଲେ।
କପିଲ୍ ସବିଲ୍ ହେଉଛନ୍ତି ଦଳର ସାଙ୍ଗଠନିକ ସଂସ୍କାର ଦାବି କରିଥିବା କଂଗ୍ରେସ ନେତାଙ୍କ ‘ଜି-୨୩’ ଦଳର ଅନ୍ୟତମ ସଦସ୍ୟ। ସିବଲ୍ ସ୍ପଷ୍ଟାଭାବେ ଅପାଣା ଅସୁବିଧା ବ୍ୟକ୍ତ କରିବାର ସହ ପରିବର୍ତ୍ତନ ଲୋଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ks.jpg)