ନୂଆଦିଲ୍ଲୀ: ପାକିସ୍ତାନର କରାଚିସ୍ଥିତ ଦାମୀ ହୋଟେଲ୍ ଆରିଜୋନା ଗ୍ରିଲ୍ରେ ଡିନର୍ ଖାଇ ଦୁଇ ପିଲାଙ୍କ ମୃତ୍ୟୁ ହେବା ପରେ କର୍ତ୍ତୃପକ୍ଷମାନେ ଚଢ଼ଉ କରି ୨୦୧୫ରୁ ଏକ୍ସ୍ପାରି ହୋଇଥିବା ମାଂସ ଏବଂ ସ୍କ୍ଵାସ୍ ବୋତଲ ଉଦ୍ଧାର କରିଛନ୍ତି।
ସିନ୍ଧ୍ ଫୁଡ୍ ଅଥରିଟିର ଅପରେସନ୍ ଡାଇରେକ୍ଟର୍ ଅବ୍ରାର୍ ଶେଖ କହିଛନ୍ତି: କରାଚିର ଡିଫେନ୍ସ୍ ହାଉସିଙ୍ଗ୍ ଅଥରିଟି ଅଞ୍ଚଳରେ ଅବସ୍ଥିତ ସେ ରେସ୍ତୋରାଁ ଗ୍ରାହକମାନଙ୍କୁ ତିନି ବର୍ଷ ତଳର ପୁରୁଣା ମାଂସ ପରିବେଷଣ କରୁଥିଲା। ସେ କହିଛନ୍ତି ଯେ ଚଢ଼ଉ ପରେ ପ୍ରାୟ ୮୦ କିଲୋଗ୍ରାମ୍ ପଚା ମାଂସ ଉଦ୍ଧାର କରଯାଇଛି।
ଦୁଇ ପିଲାମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଆନୁଷ୍ଠାନିକ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ତାହା ଖାଦ୍ୟ ବିଷକ୍ରିୟାଜନିତ ବୋଲି କର୍ତ୍ତୃପକ୍ଷମାନେ ସନ୍ଦେହ କରୁଛନ୍ତି।
ପିଲା ଦୁହିଁଙ୍କ ମୃତ୍ୟୁ ଯୋଗୁଁ ପରିବାରକୁ ସମ୍ବେଦନା ଜଣାଇଥିଲେ ବି ଆରିଜୋନା ଗ୍ରିଲ୍ ରେଷ୍ଟୁରାଣ୍ଟ୍ ଦାବି କରିଛି ଯେ ସେମାନେ ପରିବେଷଣ କରୁଥିବା ଖାଦ୍ୟରେ କୌଣସି ତ୍ରୁଟି ନାହିଁ।