କରମବୀର ସିଂହ ନୂଆ ନୌସେନା ମୁଖ୍ୟ 

ନୂଆଦିଲ୍ଲୀ:  ଭାଇସ ଆଡମିରାଲ କାରମବୀର ସିଂହ ହେବେ ଦେଶର ନୂତନ ନୌସେନା ମୁଖ୍ୟ।  ଆଡମିରାଲ ସୁନୀଲ ଲାମ୍ବା ଚଳିତ ବର୍ଷ ମେ’ ମାସରେ ଅବସର ନେବା ପରେ କରମବୀର ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଜି ସେନା ସୂତ୍ରରୁ ଜଣାପଡ଼ିଛି। କରମବୀର ବର୍ତ୍ତମାନ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖ୍ୟ ଭାବେ ଅବସ୍ଥାପିତ। ପଞ୍ଜାବର ଜଳନ୍ଧର ନିବାସୀ କରମବୀର ଖଡ଼କ୍ବାସାଲା ନେସନାଲ ଡିଫେନ୍ସ ଆକାଡେମୀରୁ ଉତ୍ତୀର୍ଣ ହେବ ପରେ ୧୯୮୦ରେ ନୌସେନାରେ ଯୋଗ ଦେବା ସହ ୧୯୮ ରେ ଜଣେ ଦକ୍ଷ ହେଲିକେପ୍ଟର ପାଇଲଟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୩୬ ବର୍ଷର ଚାକିରି କାଳ ମଧ୍ୟରେ କରମବୀର ତଟରକ୍ଷୀ ବାହିନୀର  କ୍ଷେପଣାସ୍ତ୍ର ବିଧ୍ବଂସୀ ଜାହାଜର  ସଂଚାଳନ ସମେତ ଅନେକ ଗୁରୁଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ।  ଭାରତ ସରକାର କରମବୀରଙ୍କୁ ପରମ ବିଶିଷ୍ଟ ମେଡାଲ ଏବଂ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନୀତ କରିଛନ୍ତି ।

ସମ୍ବନ୍ଧିତ ଖବର