ଦୁଷ୍କର୍ମ ଅଭିଯୋଗରେ କରଣ ଓବରୟ ଗିରଫ

ମୁମ୍ବାଇ: ଜଣେ ମହିଳାଙ୍କୁ ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ୍‌ କରିଥିବା ଅଭିଯୋଗରେ ପୁଲିସ୍‌ ଟିଭି ତାରକା କରଣ ଓବରୟଙ୍କୁ ଗିରଫ କରିଛି। ଅସିୱାରା ପୁଲିସର ସୂଚନା ଅନୁଯାୟୀ, ପୀଡିତା ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ କରଣ ତାଙ୍କୁ ଦୁଷ୍କର୍ମ କରିବା ସହ ଉକ୍ତ ଘଟଣାକୁ ସୁଟିଂ କରିଥିଲେ। ଯଦି ସେ ଟଙ୍କା ନଦେବେ ସେହି ଭିଡିଓକୁ ସର୍ବସାଧାରଣରେ ଛାଡ଼ିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା। ସୂଚନା ଥାଉକି, କରଣ ‘ଜସ୍ସି ଜୈସି କୋଈ ନହିଁ’ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ବେଳେ ସେ ‘ବେଣ୍ଡ୍‌ ଅଫ୍‌ ବୟସ୍‌’ ନାମକ ପୋପ୍‌ ଗ୍ରୁପର ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର