୯୦ ବର୍ଷରେ କରଣ ସିଂହ: ଘଟଣାବହୁଳ ଜୀବନ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ରାଜନେତା, ଲେଖକ ତଥା କୂଟନୀତିଜ୍ଞ ଡ. କରଣ ସିଂହ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ୯, ମାର୍ଚ ୧୯୩୧ରେ ଜମ୍ମୁ କାଶ୍ମୀରର ମହାରାଜ ହରି ସିଂହ ଏବଂ ମହାରାଣୀ ତାରା ଦେବୀଙ୍କ ଔରସରୁ ଜନ୍ମିତ କରଣ ସିଂହ ୧୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୪୭ରୁ ହିଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ସହିତ ଘନିଷ୍ଠତାର ସହ କାମ କରୁଥିଲେ ଏବଂ ତାଙ୍କ ପିତା ତାଙ୍କୁ ରାଜପ୍ରତିନିଧି ଭାବେ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ବରେ ସେ ୧୯୫୨ ପର୍ଯ୍ୟନ୍ତ ରହିଥିଲେ। ୧୯୬୫ରୁ ୧୯୬୭ ପର୍ଯ୍ୟନ୍ତ ସେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ପଦରେ ରହିଥିଲେ। ୧୯୬୭ରେ ସେ ଭାରତର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ଥିଲେ। ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ସେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ରହିଥିଲେ।

୨୦୦୫ରେ କରଣ ସିଂହଙ୍କୁ ଭାରତ ସରକାର ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ। ୧୯୬୭ରୁ ୧୯୮୪ ପର୍ଯ୍ୟନ୍ତ କରଣ ସିଂହ ଲୋକସଭାର ସଦସ୍ୟ ଥିଲେ। ୩୦ ନଭେମ୍ବର ୧୯୯୬ରୁ ୧୨ ଅଗଷ୍ଟ ୧୯୯୯ ପର୍ଯ୍ୟନ୍ତ ସେ ଲୋକସଭା ସାଂସଦ ଥିଲେ। ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ୩ ଥର କୁଳାଧିପତି ଦାୟିତ୍ବରେ ରହିଥିଲେ। ଏବେ ୯୦ ବର୍ଷ ବୟସରେ ବି ସେ କଂଗ୍ରେସରେ ସକ୍ରିୟ ଥିବା ବେଳେ ସାହିତ୍ୟ ସାଧନାରେ ବ୍ରତୀ ଅଛନ୍ତି।

ସମ୍ବନ୍ଧିତ ଖବର