କାର୍ଗିଲ ଯୁଦ୍ଧରେ ସହିଦଙ୍କ ଘରେ ଆଜି ବି ପହଞ୍ଚିନି ସରକାରୀ ସହାୟତା, କିନ୍ତୁ ସହିଦ ପୁଅପାଇଁ ପିତା ଗର୍ବିତ

ଦିଲ୍ଲୀ: ଆଜି କାର୍ଗିଲ ଯୁଦ୍ଧକୁ ୨୦ ବର୍ଷ ପୁରିବ ସତ, କିନ୍ତୁ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାର ଏବେ ବି ଅସୁବିଧାରେ ରହୁଛନ୍ତି । ଘଟଣାଟି ହେଉଛି ବଲିୟା ଜିଲ୍ଲାର ପୂର୍ବ ଅଞ୍ଚଳର ଦଲେଲ ଟୋଲାରେ ବାସ କରଥିବା ଶିବଜୀ ଯାଦବଙ୍କ । ଆଜିକୁ ୨୦ ବର୍ଷ ପୂର୍ବରୁ କାର୍ଗିଲ ଯୁଦ୍ଧରେ ଶିବଜୀ ଯାଦବଙ୍କ ପୁଅ ଅଭିନିଶ ଯାଦବ ଦେଶ ପାଇଁ ସହିଦ ହୋଇଥିଲେ । ସେହି ସମୟରେ ସହିଦଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଘୋଷଣା କରାଯାଇଥିଲ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ପୁରଣ ହୋଇପାରିନାହିଁ । ଶିବଜୀ କହିଛନ୍ତି ଯେତେ ବେଳ ମୋ ପୁଅ ସହିଦ ହୋଇଥିଲା ଆମେ ବହୁତ ଦୁଖଃରେ ଥିଲୁ । ସେହି ସମୟରେ ସରକାର ଆସି ଆମକୁ ବିଭିନ୍ନ ଆଶା ଓ ଭରସା ଦେଇଥିଲେ । କିନ୍ତୁ ଯେତେବେଳ ସମୟ ଗଡିଗଲା ସେତେବେଳ ସରକାର ଦେଇଥିବା ତାଙ୍କ ସବୁ ଆଶା ଓ ଭରଷାକୁ ଭୁଲିଗଲେ । ମୋ ପୁଅ ସହିଦ ହେବାର ଆଜିକୁ ୨୦ ବର୍ଷ ହେଲାଣି କିନ୍ତୁ ସରକାର ଦେଇଥିବା କୌଣସି ଗୋଟିଏ କଥା ପୁରା କରିନାହାଁନ୍ତି ।

ଦେଶ ପାଇଁ ନିଜ ପୁଅକୁ ହରାଇଥିବା ମାତା-ପିତା ସହିଦଙ୍କ ପାଇଁ ଏକ ପ୍ରତି ମୃର୍ତ୍ତି ଓ ଏକ ପ୍ରବେଶ ଦ୍ୱାରା ପାଇଁ ଦାବି କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଦାବି ପୁରା ହୋଇପାରିଲାନି । ବହୁତ ବଡ ଲୋକ ସହିଦଙ୍କ ପାଇଁ ବହୁତ କିଛି କରିବେ ବୋଲି କଥା ଦେଇଥିଲେ,କିନ୍ତୁ ସମୟ ସହ ଏହି କଥା ସବୁ କଥାରେ ରହିଗଲା । ଅଭିନିଶ କହିଛନ୍ତି ସରକାର ସାହାର୍ଯ୍ୟ କରନ୍ତୁ କି ନକରନ୍ତୁ ଭାରତ ମାତାର ସୁରକ୍ଷା ପାଇଁ ମୋ ପୁଅ ଜୀବନ ଦେଇଥିବାରୁ ମୁଁ ଗର୍ବିତ ।

ସମ୍ବନ୍ଧିତ ଖବର