ନୂଆଦିଲ୍ଲୀ: ଆଜି ‘କାର୍ଗିଲ୍ ବିଜୟ ଦିବସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଆତ୍ମବଳି ଦେଇଥିବା ଯବାନମାନଙ୍କ ସାହସିକତା ଭାରତୀୟମାନଙ୍କୁ ପ୍ରତ୍ୟେକ ଦିନ ପ୍ରେରିତ କରୁଛି।
୧୯୯୯ ଜୁଲାଇ ୨୬ ତାରିଖରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲ୍ରେ ପାକିସ୍ତାନ ସେନା ସହ ଲଢ଼ି ବିଜୟ ହାସଲ କରିଥିଲା। ‘ଅପରେସନ୍ ବିଜୟ’ରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟ ଜାଗରୁକ କରିବା ଲାଗି ସେବେଠାରୁ ଏହି ଦିନକୁ ‘କାର୍ଗିଲ୍ ବିଜୟ’ ଦିବସ ଭାବେ ପାଳନ କରାଯାଉଛି।
Image Courtesy of The Times of Indiaଗତକାଲି ବେତାର କାର୍ଯ୍ୟକ୍ରମ ‘ମନ୍କି ବାତ୍’ରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଗାମୀକାଲି, ଜୁଲାଇ ୨୬ ତାରିଖ। ଆମ ଦେଶ କାର୍ଗିଲ୍ ବିଜୟ ଦିବସ ପାଳନ କରିବ। ଚାଲନ୍ତୁ, ୧୯୯୯ରେ ଆମ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ଏବର୍ଷ କାର୍ଗିଲ୍ ଦିବସ ‘ଅମୃତ ମହୋତ୍ସବ’ ସହ ପାଳନ କରାଯିବ। ଚାଞ୍ଚଲ୍ୟକର କାର୍ଗିଲ୍ ଯୁଦ୍ଧ ବିଷୟରେ ପଢ଼ି ଆମ ଯୋଦ୍ଧାମାନଙ୍କୁ ସ୍ମରଣ କରିବା ଲାଗି ଜନତାଙ୍କୁ ଅନୁରୋଧ କରୁଛି। ଦେଶ ପାଇଁ ତ୍ରିରଙ୍ଗ ପତାକା ଉତ୍ତୋଳନ କରିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆପଣାଛାଏଁ ଆସିବା ସ୍ବାଭାବିକ କଥା ବୋଲି ସେ କହିଛନ୍ତି। ଏହି ଦେଶାତ୍ମବୋଧ ଭାବ ଆମ ସମସ୍ତଙ୍କୁ ଏକତ୍ର କରିଛି।
Image Courtesy of The Times of Indiaଭାରତ ଆଜି ଏହି ଦିବସର ୨୨ଶ ବାର୍ଷିକୀ ପାଳନ କରୁଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଦାଖ ଅନ୍ତର୍ଗତ ଦ୍ରାସ ଗସ୍ତ କରି ‘କାର୍ଗିଲ୍ ଯୁଦ୍ଧ ସ୍ମାରକୀ’ରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ, ଦ୍ରାସ୍ରେ ପାଗ ଭଲ ନ ଥିବାରୁ ରାଷ୍ଟ୍ରପତି ବାରମୂଳା ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ ବୋଲି ସେନାବାହିନୀ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ସହ ଭାରତର ‘ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ ମଧ୍ୟ ସେଠାକୁ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Modi-on-Kargil-Vijay-Diwas_Thumbnail.jpg)