କାରଗିଲ ଯୁଦ୍ଧ ଥିଲା ବାଜପେୟୀଙ୍କ ଏକ ବଡ଼ ସଫଳତା, ଏକ ସାମରିକ ତ୍ରୁଟିକୁ ସେ ବଡ଼ ବିଜୟରେ ପରିଣତ କରିଥିଲେ : ପୂର୍ବତନ ନୌସେନାମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବର୍ଷ କାରଗିଲ ଯୁଦ୍ଧର ୨୦ ତମ ବାର୍ଷିକୀ ପାଳନ କରୁଛି । ୧୯୯୯ରେ ଭାରତୀୟ ସେନା ଅସୀମ ବୀରତ୍ୱର ପ୍ରଦର୍ଶନ କରି କାଶ୍ମୀରର କାରଗିଲ ସେକ୍ଟରରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ଘଉଡେଇଦେଇଥିଲେ ।

ତେବେ ଏହି ଯୁଦ୍ଧ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସବୁଠାରୁ ବଡ଼ ସଫଳତା ବୋଲି କହିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଶୁଶୀଲ କୁମାର । ନିଜର ପୁସ୍ତକ “ ଏ ପ୍ରାଇମ ମିନିଷ୍ଟର ଟୁ ରିମେମ୍ବର-ମେମୋରୀଜ ଅଫ ଏ ମିଲିଟାରୀ ଚିଫ” (ଜଣେ ସ୍ମରଣୀୟ ପ୍ରଧାନମନ୍ତ୍ରୀ-ଜଣେ ସେନାମୁଖ୍ୟଙ୍କ ସ୍ମୃତି ) ରେ ସେ ଲେଖିଛନ୍ତି ଯେ ୨୩ଟି ଦଳକୁ ନେଇ ମିଳିତ ସରକାର ଚଳାଉଥିବା ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଯୁଦ୍ଧ ପରିସ୍ଥିତି ଆସିବା ଦୁର୍ଭାଗ୍ୟଜନକ ।

ଭାରତୀୟ ସୀମା ଭିତରେ ପାକିସ୍ତାନର ସେନା ଆତଙ୍କବାଦୀ ବେଶରେ ପ୍ରବେଶ କରି ବଙ୍କର ନିର୍ମାଣ କରିବା ଆମ ଦୁର୍ବଳତାକୁ ପଦାରେ ପକେଇଦେଇଥିଲା । କିନ୍ତୁ ବାଜପେୟୀ ଏହି ରଣନୈତିକ ତ୍ରୁଟିକୁ ଅତିକ୍ରମ କରି ତାହାକୁ ଭାରତର ଏକ ବଡ଼ ବିଜୟରେ ପରିଣତ କରିଦେଇଥିଲେ । ତେବେ ସେ କେବଳ ପାକିସ୍ତାନୀ ସେନାକୁ ନିୟନ୍ତ୍ରଣ ରେଖା ସେପଟକୁ ଘଉଡେଇଦେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ନିୟନ୍ତ୍ରଣ ରେଖା ଟପିବାକୁ ସେ ସେନାକୁ ଅନୁମତି ଦେଇନଥିଲେ ବୋଲି ସେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର